ଇଂଲଣ୍ଡର ବିଜୟ ପରେ ବଦଳିଲା ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ, ଜାଣନ୍ତୁ ଭାରତର ସ୍ଥିତି

0 107

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଉପରେ ଇଂଲଣ୍ଡର ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ଟେବୁଲରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ମଞ୍ଚେଷ୍ଟର ଟେଷ୍ଟରେ ଆୟୋଜକଙ୍କ ହାତରେ ୮୫ ଇନିଂସରେ ପରାଜୟ ପରେ ଦକ୍ଷିଣ ଆଫ୍ରିକା ଡବ୍ଲୁଟିଏସି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ହରାଇଛି । ଆଫ୍ରିକୀୟ ଦଳ ବର୍ତ୍ତମାନ ୬୬.୬୭ ପ୍ରତିଶତ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ୭୦ ପ୍ରତିଶତ ପଏଣ୍ଟ ସହ ଶୀର୍ଷରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଭାରତ ବିଷୟରେ କହିବାକୁ ଗଲେ ରୋହିତ ଶର୍ମାଙ୍କ ଦଳ ୫୨.୦୮ ପ୍ରତିଶତ ମାର୍କ ସହ ଚତୁର୍ଥ ସ୍ଥାନରେ ରହିଛି ।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଇଂଲଣ୍ଡ ଏହି ବିଜୟରୁ ଅଧିକ ଲାଭ ପାଇନାହିଁ । ବେନ୍‌ ଷ୍ଟୋକ୍ସଙ୍କ ଦଳ ୩୫.୧୯ ପ୍ରତିଶତ ମାର୍କ ସହିତ ସପ୍ତମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ପଏଣ୍ଟ ଟେବୁଲରେ ଥିବା ଅନ୍ୟ ଦଳକୁ ଦେଖିଲେ ଶ୍ରୀଲଙ୍କା (୫୩.୩୩) ତୃତୀୟ ଏବଂ ପାକିସ୍ତାନ (୫୧.୮୫) ପଞ୍ଚମ ସ୍ଥାନରେ ରହିଛି । ସେହିପରି ୱେଷ୍ଟଇଣ୍ଡିଜ୍‌ (୫୦) ସପ୍ତମ, ନ୍ୟୁଜିଲ୍ୟାଣ୍ଡ (୨୫.୯୩) ୯ ମ ଏବଂ ବାଂଲାଦେଶ (୧୩.୩୩) ଦଶମ ସ୍ଥାନରେ ରହିଛନ୍ତି ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ରାଉଣ୍ଡର ରନର୍‌ ଅପ୍‌ ଦଳ ଭାରତକୁ ଏଥର ଫାଇନାଲରେ ପ୍ରବେଶ କରିବାକୁ ଆଉ ଦୁଇଟି ସିରିଜ୍‌ ବାକି ଅଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ଥିବା ବେଳେ ଭାରତକୁ ବାଂଲାଦେଶ ବିପକ୍ଷରେ ମଧ୍ୟ ସିରିଜ୍‌ ଖେଳିବାକୁ ପଡିବ ।

hiranchal ad1
Leave A Reply

Your email address will not be published.

13 − twelve =