ବିସିସିଆଇର ପ୍ଲାନ୍‌-ବି, ଏହି ଦୁଇ ଦେଶରେ ଆୟୋଜିତ ହୋଇପାରେ ଆଇପିଏଲ

0 75

ନୂଆଦିଲ୍ଲୀ : ଭାରତରେ ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ) ଆୟୋଜନ ଉପରେ ପୁଣି ଥରେ କରୋନା ବାଟ ଓଗଳିପାରେ । ଦେଶରେ ବର୍ତ୍ତମାନ କରୋନାର ତୃତୀୟ ଲହର ଯେଉଁ ଗତିରେ ବଢୁଛି, ସେହି ପରିସ୍ଥିତିରେ ଦେଶରେ ଆଇପିଏଲ ଆୟୋଜନ ସମ୍ଭବପର ଦେଖାଯାଉନାହିଁ । କିନ୍ତୁ ବିସିସିଆଇ ଏହି ବ୍ୟୟବହୁଳ ଲିଗ୍‌ଙ୍କୁ ଭାରତରେ ଆୟୋଜନ କରିବାକୁ ଚାହୁଁଛନ୍ତି । ଯଦି ଆଇପିଏଲ ଆରମ୍ଭ ପୂର୍ବରୁ ଦେଶରେ କରୋନା ସ୍ଥିତିରେ ସୁଧାର ନ ଆସେ ତେବେ ପୁଣି ଥରେ ଏହି ଲିଗ୍‌ ବିଦେଶରେ ଆୟୋଜନ ହେବାର ସମ୍ଭାବନା ଅଧିକ ରହିଛି । ରିପୋର୍ଟ ଅନୁଯାୟୀ, ଆଇପିଏଲର-୧୫ ତମ ସିଜନ୍‌ ଦକ୍ଷିଣ ଆଫ୍ରିକା କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇପାରେ । ୨୦୦୯ ରେ ଲୋକସଭା ନିର୍ବାଚନ ହେତୁ ଦକ୍ଷିଣ ଆଫ୍ରିକାରେ ଏହି ଲିଗ୍‌ ଆୟୋଜିତ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ରଣଜୀ ଟ୍ରଫି ସମେତ ବିସିସିଆଇ ଅନେକ ଘରୋଇ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିଛି । ବିସିସିଆଇ ଦେଶର କୋଭିଡ ସ୍ଥିତି ଉପରେ ନିରନ୍ତର ନଜର ରଖିଛି । ଯଦି ଏଥିରେ ସୁଧାର ନ ଆସେ ତେବେ ବିସିସିଆଇ ତାର ପ୍ଲାନ-ବି କୁ ଉପଯୋଗ କରିବା ବୋଲି ଜଣାପଡିଛି । କରୋନା କାରଣରୁ, ଆଇପିଏଲର ୧୩ ତମ ସିଜନ ୟୁଏଇରେ ଖେଳାଯାଇଥିବାବେଳେ ୨୦୨୧ ସିଜନର ଅଧା ମଧ୍ୟ ୟୁଏଇରେ ଅନୁଷ୍ଠିତ ହୋଇଥିଲା । କରୋନା ପାଇଁ ପୁଣି ଥରେ ଏହି ଟି-୨୦ ଲିଗ୍‌ ବିଦେଶରେ ଆୟୋଜିତ ହୋଇପାରେ ।

hiranchal ad1
Leave A Reply

Your email address will not be published.

1 + one =