ନୂଆଦିଲ୍ଲୀ- ଷ୍ଟାର ଭାରତୀୟ ବ୍ୟାଟସମ୍ୟାନ୍ ଯଶସ୍ୱୀ ଜୟସୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଛି। ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ମୁମ୍ବାଇ ପାଇଁ ଖେଳୁଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟ ମଧ୍ୟଭାଗରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ଫଳସ୍ୱରୂପ, ତାଙ୍କୁ ପିମ୍ପରି-ଚିଞ୍ଚୱାଡର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯଶସ୍ୱୀ ଜୟସ୍ୱାଲଙ୍କୁ ମଙ୍ଗଳବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତୀବ୍ର ଗ୍ୟାଷ୍ଟ୍ରୋଏଣ୍ଟେରାଟିସ୍ ଯୋଗୁଁ ତାଙ୍କ ପେଟ ସମସ୍ୟା ହୋଇଥିଲା। ରାଜସ୍ଥାନ ବିପକ୍ଷ ସୟଦ ମୁସ୍ତାକ ଅଲି ଟ୍ରଫି ମ୍ୟାଚ୍ ପରେ ତାଙ୍କ ପେଟ ଦରଜ ଆହୁରି ଖରାପ ହେବାରୁ ତାଙ୍କୁ ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୟସ୍ୱାଲଙ୍କୁ IV ଔଷଧ ଦିଆଯାଇଥିଲା ଏବଂ ଅଲ୍ଟ୍ରାସାଉଣ୍ଡ ଏବଂ ସିଟି ସ୍କାନ କରାଯାଇଥିଲା। ଜୟସ୍ୱାଲଙ୍କ ଅବସ୍ଥା ଗୁରୁତର ନୁହେଁ, ତାଙ୍କୁ ଔଷଧ ଖାଇବା ଏବଂ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।
