ଚମକିବ ସର୍ଫରାଜ ଖାନଙ୍କ ଭାଗ୍ୟ, ଏହି ଗସ୍ତରେ ପାଇପାରନ୍ତି ଭାରତୀୟ ଦଳରେ ସ୍ଥାନ

0 71

ମୁମ୍ବାଇ : ରଣଜୀ ଟ୍ରଫିରେ କ୍ରମାଗତ ପ୍ରଦର୍ଶନ ସହିତ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୁମ୍ବାଇର ସର୍ଫରାଜ ଖାନ ନଭେମ୍ବରରେ ବାଂଲାଦେଶ ବିପକ୍ଷ ଦୁଇ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇପାରନ୍ତି । ରଣଜୀ ଟ୍ରଫିର ଅନ୍ତିମ ମ୍ୟାଚରେ ସର୍ଫରାଜ ଖାନ ନିଜର ଭଲ ଫର୍ମ ଜାରି କରି ପ୍ରଥମ ଇନିଂସରେ ଶତକ ହାସଲ କରିଥିଲେ । ୧୩୪ ରନର ଏକ ଚମତ୍କାର ଇନିଂସ ସହିତ ସେ ସିଜନର ଚତୁର୍ଥ ଶତକ ପୂରଣ କରିଥିଲେ । ସର୍ଫରାଜଙ୍କ ଇନିଂସ ଆଧାରରେ ମୁମ୍ବାଇ ପ୍ରଥମ ଇନିଂସରେ ୩୭୪ ସ୍କୋରରେ ପହଞ୍ଚିବାରେ ସଫଳ ହୋଇଥିଲା ।
ଟାଇମ୍ସ ଅଫ୍‌ ଇଣ୍ଡିଆର ଖବର ଅନୁଯାୟୀ, ଚୟନକର୍ତ୍ତାଙ୍କ ଦ୍ୱାରା ବାଂଲାଦେଶ ଟେଷ୍ଟ ସିରିଜ୍‌ ପାଇଁ ସର୍ଫରାଜଙ୍କୁ ଭାରତୀୟ ଦଳରେ ସ୍ଥାନ ଦିଆଯାଇପାରେ । ବିସିସିଆଇର ଏକ ସୂତ୍ର ତାଙ୍କୁ କହିଛି ଯେ ବର୍ତ୍ତମାନ ତାଙ୍କୁ ଅଣଦେଖା କରିବା ଅସମ୍ଭବ । ସେ ଭାରତୀୟ ଟେଷ୍ଟ ଦଳରେ ସାମିଲ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ବାଂଲାଦେଶ ଟେଷ୍ଟ ସିରିଜ୍‌ ପାଇଁ ଚୟନକର୍ତ୍ତାମାନେ ଯେତେବେଳେ ଭାରତୀୟ ଦଳ ବାଛିବେ ସେତେବେଳେ ତାଙ୍କ ନାମକୁ ନିହାତି ବିଚାରକୁ ନେବେ ହେବେ । ଗତ ବର୍ଷ ଆଫ୍ରିକାରେ ଭାରତ ଏ ପାଇଁ ଭଲ ପ୍ରଦର୍ଶନ କରିଥିଲେ ସର୍ଫରାଜ । ସେ ଜଣେ ଉତ୍କୃଷ୍ଟ ଫିଲ୍ଡର ମଧ୍ୟ ଅଟନ୍ତି ।
ରଣଜୀ ଟ୍ରଫିର ୮୭ ବର୍ଷର ଇତିହାସରେ ସର୍ଫରାଜ ଖାନ ଦୁଇଟି ସିଜନରେ ୯୦୦ ରନ୍‌ ମାର୍କ ଅତିକ୍ରମ କରିବାରେ କେବଳ ତୃତୀୟ ଖେଳାଳି ହୋଇପାରିଛନ୍ତି । ଏହା ପୂର୍ବରୁ ଅଜୟ ଶର୍ମା ଏବଂ ୱାସିମ ଜାଫରଙ୍କ ଦ୍ୱାରା ଏହି କୀର୍ତ୍ତିମାନ କରାଯାଇଥିଲା । ଏହି ଋତୁରେ ସେ ହାରାହାରି ୧୫୦ ରୁ ଅଧିକ ହାରରେ ୬ ଟି ମ୍ୟାଚରେ ୯୦୦ ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି ।
ରଣଜୀ ଟ୍ରଫିରେ ସର୍ଫରାଜ ଖାନଙ୍କ ଚମତ୍କାର ଫର୍ମକୁ ଆକଳନ କରାଯାଇପାରେ ଯେ ୩୪ ଇନିଂସରେ ଏହି ଖେଳାଳି ୮ ଶତକ ଅର୍ଜନ କରିଛନ୍ତିଯଉଁଥିରେ ୭ ଥର ସେ ୧୫୦ରୁ ଅଧିକ ସ୍କୋର କରିବାରେ ସଫଳ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

3 + one =