ପାଣ୍ଡ୍ୟା ଭାରତର ଶ୍ରେଷ୍ଠ ଟି-୨୦ କ୍ରିକେଟର, କହିଲେ ପୂର୍ବତନ ଓପନର

0 83

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଓପନର୍‌ ଆକାଶ ଚୋପ୍ରା ମତରେ ଏହି ସମୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଭାରତର ସବୁଠାରୁ ମୂଲ୍ୟବାନ ଟି -୨୦ କ୍ରିକେଟର । ପାଣ୍ଡ୍ୟା ବର୍ତ୍ତମାନ କ୍ରିକେଟ୍‌ କ୍ୟାରିୟରର ସୁବର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଆଇପିଏଲ୍‌ ୨୦୨୨ ରେ ତାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସ ଚାମ୍ପିଅନ୍‌ ହେବା ପରେ ପାଣ୍ଡ୍ୟା ମଧ୍ୟ ଅଧିନାୟକତ୍ୱରେ ଭଲ ପ୍ରଦର୍ଶନ କରୁଛନ୍ତି । ପିଠି ଯନ୍ତ୍ରଣା ହେତୁ ହାର୍ଦ୍ଦକ କିଛି ସମୟ ବୋଲିଂ କରିନଥିଲେ । କିନ୍ତୁ ବରୋଦା ଅଲରାଉଣ୍ଡର ଆଇପିଏଲ୍‌ ୨୦୨୨ ରେ ଏବଂ ସେବେଠାରୁ ବୋଲିଂ ଆରମ୍ଭ କରିଛନ୍ତି । ଗୁରୁବାର ମଧ୍ୟ ଇଂଲଣ୍ଡ ବିପକ୍ଷରେ ଏଡବାଷ୍ଟନ୍‌ ଟି -୨୦ ରେ ସେ ଅର୍ଦ୍ଧଶତକ ହାସଲ କରିବା ପରେ ବୋଲିଂରେ ମାତ୍ର ୩୩ ରନ ଦେଇ ୪ ୱିକେଟ୍‌ ନେଇଥିଲେ ।
ଆକାଶ ଚୋପ୍ରା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ‘ସେ ଭାରତର ସବୁଠାରୁ ମୂଲ୍ୟବାନ ଟି -୨୦ କ୍ରିକେଟର ଭାବେ ଉଭା ହୋଇଛନ୍ତି । ତାଙ୍କ ସହିତ କାହାକୁ ତୁଳନା କରାଯାଇପାରିବ ନାହିଁ । ଯଦି ସେ ଫିଟ୍‌ ତେବେ ଆପଣ ତାଙ୍କୁ କାହା ବିରୁଦ୍ଧରେ ଚ୍ୟାଲେଞ୍ଜ କରିପାରିବେ । ସେ ହେଉଛନ୍ତି ଭାରତର ଶ୍ରେଷ୍ଠ ଟି -୨୦ ଖେଳାଳି ।
ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ଟି -୨୦ ରେ ଇଂଲଣ୍ଡକୁ ୫୦ ରନ୍‌ରେ ପରାସ୍ତ କରିଛି । ସିରିଜର ଦ୍ୱିତୀୟ ମ୍ୟାଚ୍‌ ଶନିବାର ଖେଳାଯିବ, ଯେଉଁଠାରେ ସିରିଜ୍‌ ଜିତିବା ଉଦ୍ଦେଶ୍ୟରେ ଭାରତ ପଡ଼ିଆକୁ ଓହ୍ଲାଇବ । ବର୍ତ୍ତମାନ ସମୟରେ ଉଭୟ ବ୍ୟାଟ୍‌ ଏବଂ ବଲ୍‌ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଅତ୍ୟନ୍ତ ଫର୍ମରେ ଅଛନ୍ତି, ଏଭଳି ପରିସ୍ଥିତିରେ ଭାରତକୁ ସିରିଜ୍‌ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି ।

hiranchal ad1
Leave A Reply

Your email address will not be published.

two × 3 =