ଖଡ଼ିଆଳ ଉତ୍କଳ କରାଟେ ସ୍କୁଲ ବେଲ୍ଟ ଟେଷ୍ଟ ପରୀକ୍ଷା ରେ ୧୫ ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ

0 29

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଧର୍ମେଶ ଡ୍ୟାନ୍ସ ଏକାଡେମୀ ଏବଂ ଉତ୍କଳ କରାଟେ ସ୍କୁଲ ପକ୍ଷରୁ ଆୟୋଜିତ କରାଟେ ବେଲ୍ଟ ଟେଷ୍ଟ ପରୀକ୍ଷାରେ ମୋଟ ୧୫ ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ଜଣାପଡିଛି I ଖଡ଼ିଆଳ ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷକ ଧର୍ମେଶ ମେହେର ଏବଂ ଇଣ୍ଡିଆ ଗ୍ରେଡ଼ ଏ ଜର୍ଜ ଏବଂ ରେଫରୀ ସୁରେଶ ଜାଲ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପରୀକ୍ଷାରେ ବ୍ରାଉନ ବେଲ୍ଟରେ ଚାରିଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଓରେଞ୍ଜ ବେଲ୍ଟରେ ସାତ ଜଣ, ୟେଲୋ ବେଲ୍ଟରେ ତିନି ଜଣ ଏବଂ ଗ୍ରୀନ ବେଲ୍ଟରେ ଜଣେ ମାତ୍ର ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି I ମିଳିଥିବା ସୂଚନା ଅନୁସାରେ ଗ୍ରୀନ ବେଲ୍ଟରେ ଅନୁକଳ୍ପ ପଣ୍ଡା ଜଣେ ମାତ୍ର ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ସେହିପରି ଉଜ୍ଜଳ ଦୀପ ଓଝା ବ୍ରାଉନ ବେଲ୍ଟ (2nd kyu), ହରମାନ ସିଂ ବ୍ରାଉନ ବେଲ୍ଟ (3rd kyu ) ଦିବ୍ୟାଂଶ ଶେଖର ପଣ୍ଡା ବ୍ରାଉନ ବେଲ୍ଟ (4th kyu) ଏବଂ ହରିଓମ ଗୋୟଲ ବ୍ରାଉନ ବେଲ୍ଟ (4th kyu) ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୟେଲୋ ବେଲ୍ଟରେ ବୀରେନ୍ଦ୍ର କୁର୍ରେ, ଶୁଭମ ମନହରେ ଏବଂ ଯଂଜ୍ଞଶ୍ୱର ବାଗ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିଛି I ସେହିପରି ଓରେଞ୍ଜ ବେଲ୍ଟରେ ସର୍ବାଧିକ ୭ ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି, ସେମାନେ ହେଲେ ଭୂମରାଜ ସାହୁ, ବେଦ ପ୍ରତାପ ସିଂ ଦେଓ, ପିୟୁଷ ରଞ୍ଜନ ସିଂ ଦଳପତି, ଅସ୍ମିତ ଚଳାନ, ଶିବାନ୍ସ ପଣ୍ଡା, ପ୍ରିତେଶ ବାଗ, ଏବଂ ତନ୍ମୟ ସିଂ ଦେଓ I

hiranchal ad1
Leave A Reply

Your email address will not be published.

two + 2 =