ଅଖ୍‌ତରଙ୍କ ବୋଲିଂ ବେଳେ ସଚିନ୍‌ଙ୍କ ପ୍ରତିକ୍ରିୟା ବଖାଣିଲେ ଆସିଫ୍‌

0 75

କରାଚୀ : ପାକିସ୍ତାନର ପୂର୍ବତନ ପେସର ମହମ୍ମଦ ଆସିଫ୍ ଏବେ ଏଭଳି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆସିଫ୍ କହିଛନ୍ତି ଯେ, ସୋହେବ ଅଖତର ବୋଲିଂ କଲାବେଳେ ସଚିନ୍ ତେନ୍ଦୁଲକର ଆଖି ବୁଜି ଦେଉଥିଲେ । ଏପରିକି ଏକଦା ଅଖ୍‌ତର ସଚିନଙ୍କୁ ବ୍ୟାଟିଂ କରିବା ଲାଗି ଅଡୁଆରେ ମଧ୍ୟ ପକାଇଥିଲେ ବୋଲି ଆସିଫ୍ ଦୃଢ଼ୋକ୍ତି କରିଛନ୍ତି । ସେ ତାଙ୍କର ବୟାନକୁ ବିଶ୍ୱସନୀୟ କରିବା ଲାଗି ଏକ ଉଦାହରଣ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ୨୦୦୬ରେ ଭାରତ ପାକିସ୍ତାନ ଗସ୍ତରେ ଆସିଥିଲା । ସେତେବେଳେ ଭାରତୀୟ ଟିମ୍‌ରେ ଏକ ମଜବୁତ୍ ବ୍ୟାଟିଂ ବିଭାଗ ଥିଲା । ରାହୁଲ ଦ୍ରାବିଡ଼ ଭଲ ସ୍କୋର କରୁଥିଲେ । ସେହ୍ୱାଗ ମଧ୍ୟ କିଛି କମ୍ ନଥିଲେ । ଫୈସଲାବାଦ ଟେଷ୍ଟ ବେଳେ ଉଭୟ ଟିମ୍ ୬୦୦ ଲେଖାଏଁ ରନ୍ କରିଥିଲେ । ଧୋନି ସେତେବେଳେ ୭ କିମ୍ବା ୮ ନମ୍ବରରେ ବ୍ୟାଟିଂ କରୁଥିଲେ । ସେହି ସମୟରେ ସଚିନ୍ ଅଖ୍‌ତରଙ୍କ ଆଡୁ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିଲେ । ଅଖ୍‌ତର ବେଳେବେଳେ ଏଭଳି ବୋଲିଂ କରୁଥିଲେ, ଯେଉଁଥିପାଇଁ ସଚିନ୍ ହଡ଼ବଡ଼େଇ ହୋଇଯାଉଥିଲେ । ଏପରିକି ବେଳେ ବେଳେ ସଚିନ୍ ଆଖି ମଧ୍ୟ ବୁଜି ଦେଉଥିଲେ । ଏଥିରୁ ଅନୁମାନ କରିହେବ ଯେ, ଅଖ୍‌ତରଙ୍କ ବୋଲିଂର ପ୍ରଭାବ କେତେ ଶକ୍ତିଶାଳୀ ଥିଲା । କରାଚୀ ଟେଷ୍ଟରେ ଇର୍ଫାନ୍ ପଠାନ ଖେଳିଥିଲେ । ସେ ସେହି ଗେମ୍‌ରେ ହ୍ୟାଟ୍ରିିକ୍ କରିଥିଲେ । ଆମେ ଯେତେବେଳେ ବୋଲିଂ ଆରମ୍ଭ କଲୁ ସେତେବେଳେ ପ୍ରଥମେ ଅଖ୍‌ତର ଆସିଥିଲେ । ମୁଁ ଅମ୍ପାୟାରଙ୍କର ଅତି ନିକଟରେ ଛିଡ଼ା ହୋଇଥିଲି ଏବଂ ସଚିନ୍‌ଙ୍କୁ ଭଲ ଭାବେ ନିରୀକ୍ଷଣ କରୁଥିଲି । ମୁଁ ସ୍ପଷ୍ଟ ଭାବେ ଦେଖିଥିଲି ଯେ, ଯେତେବେଳେ ଅଖ୍‌ତର ବୋଲିଂ କଲେ ସଚିନ୍ ତତ୍‌କ୍ଷଣାତ୍ ଆଖି ବୁଜି ଦେଇଥିଲେ । ଏହା କେବଳ ମୁଁ ନୁହେଁ, ମୋ ପାଖରେ ଥିବା ଅନ୍ୟ ଖେଳାଳିମାନେ ମଧ୍ୟ ଲକ୍ଷ୍ୟ କରିଛନ୍ତି ବୋଲି ଆସିଫ୍ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − five =