ଧୋନୀ ଶ୍ରେଷ୍ଠ ଅଧିନାୟକ: ଚାପେଲ୍‌

0 86

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀ ଏକାଧାରରେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ଓ ନିଷ୍ପତ୍ତି ନିର୍ଦ୍ଧାରକ । ଭାରତର ସେ ଜଣେ ଶ୍ରେଷ୍ଠ ଅଧିନାୟକ ମଧ୍ୟ । ଏଭଳି ପ୍ରଶଂସାପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗ୍ରେଗ୍‌ ଚାପେଲ୍‌ । ଏକ ସାକ୍ଷାତକାର ଅବସରରେ ସେ ଧୋନୀଙ୍କର ବିଭିନ୍ନ ଗୁଣ ବିଷୟରେ ବର୍ଣ୍ଣନା କରିବା ସହ ତାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି । ଧୋନୀଙ୍କୁ ସେ କ୍ଲାଇବ୍‌ ଲଏଡ୍‌, ମାଇକ୍‌ ବ୍ରେୟର୍ଲି, ୟାନ୍‌ ଚାପେଲ୍‌ ଓ ମାର୍କ ଟେଲରଙ୍କ ସହ ତୁଳନା କରିଛନ୍ତି । ଗତ ୫୦ ବର୍ଷ ମଧ୍ୟରେ ଧୋନୀ ବିଶ୍ୱର ସବୁଠୁ ପ୍ରଭାବଶାଳୀ ଓ ସଫଳ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୦୪ ଡିସେମ୍ବରରେ ଧୋନୀ ଓଡ଼ିଆଇ ଡେବ୍ୟୁ କରିବାର କିଛି ମାସ ପରେ ଚାପେଲ୍‌ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ଗ୍ରହଣ କରିଥିଲେ । ସେହି ମ୍ୟାଚ୍‌ ସେତେବେଳେ ବାଂଲାଦେଶରେ ଅନୁଷ୍ଠିତ ହୋଇଥିଲା । ଧୋନୀଙ୍କ କ୍ୟାରିୟରର ପ୍ରତ୍ୟେକ ମ୍ୟାଚ୍‌କୁ ସେ ନିରୀକ୍ଷଣ କରିଛନ୍ତି । ବିଶେଷ କରି ତାଙ୍କର ଅଧିନାୟକତ୍ୱ ଶୈଳୀ ଚାପେଲଙ୍କୁ ସବୁଠୁ ବେଶୀ ପ୍ରଭାବିତ କରିଛି । ବାସ୍ତବରେ ଧୋନୀ ଜଣେ ଚମତ୍କାର ଓ ଶ୍ରେଷ୍ଠ ଅଧିନାୟକ । ତାଙ୍କଠାରୁ ଆଜିର ଯୁବପିଢ଼ି ବହୁତ କିଛି ଶିଖିବାର ଅଛି । କେବଳ ଭାରତୀୟ କ୍ରିକେଟର ନୁହେଁ, ବିଶ୍ୱର ଅନ୍ୟ ଯୁବ କ୍ରିକେଟରମାନେ ମଧ୍ୟ ତାଙ୍କର ଭଲ ଗୁଣକୁ ଅନୁଧାବନ କରିବା ଉଚିତ୍‌ ବୋଲି ଚାପେଲ୍‌ ମତ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

11 + 15 =