ବାରବାଟୀ ଟି-20: ଟିକେଟ୍ ଖଣ୍ଡେ ପାଇଁ ଟଣାଓଟରା

0 41

କଟକ: ଆସନ୍ତା 9 ତାରିଖରେ ଖେଳାଯିବାକୁ ଥିବା ଭାରତ-ଦ.ଆଫ୍ରିକା ପ୍ରଥମ ଟି-20 ପାଇଁ ଆଜି କାଉଣ୍ଟରରେ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି। ଏଥିପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଗତକାଲିଠାରୁ ରାତି ଉଜାଗର ରହିଥିବା କ୍ରିକେଟ୍ ପ୍ରେମୀଙ୍କୁ ଆଜି ସକାଳ 9ଟାରୁ ଟିକେଟ୍ ମିଳିଛି । ସୂଚନା ମୁତାବକ, ଶୁକ୍ରବାର ସକାଳୁ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଗୁରୁବାର ସନ୍ଧ୍ୟାରୁ ବାରବାଟୀ ଷ୍ଟାଡିୟମ ନିକଟରେ ହଜାର ହଜାର ସଂଖ୍ୟାରେ ଭିଡ଼ ଜମାଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଦର୍ଶକଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ଟିକେଟ୍ ଖଣ୍ଡିଏ ପାଇଁ ଦର୍ଶକ ଚାତକ ଭଳି ଅନେଇ ଶେଷରେ ଫ୍ୟାନ୍ସ ମାନେ ଟିକେଟ୍ କିଣିଛନ୍ତି ।ଅନଲାଇନରେ ମାତ୍ର ୨ ହଜାର ଟିକେଟ୍ ବିକ୍ରି ହୋଇଥିଲା । ବହୁ ପ୍ରଶଂସକ ଟିକେଟ୍ ନପାଇ ନିରାଶ ହୋଇଥିଲେ । କିନ୍ତୁ କାଉଣ୍ଟରରେ ଟିକେଟ୍ କିଣିବା ପାଇଁ ଏବେ ସମସ୍ତେ ବ୍ୟାକୁଳ ହୋଇ ପଡ଼ିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − five =