ପାକିସ୍ତାନକୁ ଲାଗିପାରେ ଆଉ ଏକ ଝଟକା, ଆଉଜଣେ ଦ୍ରୁତ ବୋଲର ଆହତ

0 110

ନୂଆଦିଲ୍ଲୀ : ୨୭ ଅଗଷ୍ଟରୁ ଏସିଆ କପ୍‌ ଆରମ୍ଭ ହେବ । ଅଗଷ୍ଟ ୨୮ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଦଳର ଅସୁବିଧା ବଢୁଥିବା ଜଣାପଡିଛି । ଆଉ ଜଣେ ପାକିସ୍ତାନୀ ଦ୍ରୁତ ବୋଲର ଆହତ ହୋଇଛନ୍ତି । ଏପରିକି ତାଙ୍କୁ ଡାକ୍ତରଖାନା ନେବାକୁ ମଧ୍ୟ ପଡିଥିଲା । ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ୱାସିମ ଜୁନିଅର ଆହତ ହୋଇଛନ୍ତି । ପୂର୍ବରୁ ଆହତ କାରଣରୁ ଶାହିନ୍‌ ଆଫ୍ରିଦି ଏସିଆ କପ୍‌ରୁ ବାଦ ପଡିଛନ୍ତି । ଏଭଳି ପରିସ୍ଥିତିରେ ପାକିସ୍ତାନର ଅଧିନାୟକ ବାବର ଆଜାମଙ୍କ ଚିନ୍ତା ବଢିଯାଇଛି ।

hiring

ଖବର ଅନୁଯାୟୀ, ଆଇସିସି ଏକାଡେମୀରେ ମ୍ୟାଚ୍‌ ଅଭ୍ୟାସ ସମୟରେ ମହମ୍ମଦ ୱାସିମ୍‌ ଜୁନିଅର ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ, ପରେ ତାଙ୍କୁ ଏମଆରଆଇ ପାଇଁ ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କ ଆଘାତ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ଅଗଷ୍ଟ ୨୮ରେ ସେ ଭାରତ ବିପକ୍ଷ ମ୍ୟାଚରେ ସେ ଆଉଟ ହୋଇପାରନ୍ତି । ଯଦି ଏହା ହୁଏ, ବାବର ଆଜାମଙ୍କ ଅସୁବିଧା ଆହୁରି ବଢିଯିବ ।
ରିପୋର୍ଟରେ କୁହାଯାଇଛି ଯେ ଯଦି ୱାସିମ ଆହତ ହୁଅନ୍ତି, ତେବେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଏହାକୁ ଗୁରୁତର ସହ ନେବ । ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି -୨୦ ବିଶ୍ୱକପ ଆଖି ଆଗରେ ରଖି ତାଙ୍କୁ ଏସିଆ କପ୍‌ରୁ ବାଦ ଦେଇପାରେ । ଏଭଳି ପରିସ୍ଥିତିରେ ପାକିସ୍ତାନ ଦଳ ଆଉ ଏକ ବଡ଼ ଝଟକା ପାଇପାରେ । ଭଲ ଫର୍ମରେ ଥିବା ପାକିସ୍ତାନର ଉଭୟ ଦ୍ରୁତ ବୋଲରଙ୍କୁ ବାଦ ଦେବା ପାକିସ୍ତାନ ଦଳ ପାଇଁ ଏକ ବଡ ଝଟକା ହେବ ।

hiranchal ad1
Leave A Reply

Your email address will not be published.

19 − twelve =