ଜାତୀୟ କ୍ରୀଡ଼ା ପୁରସ୍କାର ଆବେଦନପତ୍ର ଦାଖଲ ତାରିଖ ୨୨କୁ ଘୁଞ୍ଚିଲା

0 74

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନପତ୍ର ଦାଖଲ କରିବାର ସମୟସୀମାକୁ ବଢ଼ାଇ ଦେଇଛନ୍ତି । ଏହାକୁ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଆଥଲେଟ୍‌ମାନେ ଏଣିକି ଆବେଦନ କରିବାର ପର୍ଯ୍ୟାପ୍ତ ସୁଯୋଗ ପାଇପାରିବେ । କରୋନା ଭାଇରସ ସଂକ୍ରମଣ ଓ ଲକ୍‌ଡାଉନ୍ ମଧ୍ୟରେ ସୁପାରିଶ କାର୍ଯ୍ୟ ଜଟିଳ ହୋଇପଡ଼ିଥିବାରୁ ନିଜେ ନିଜ ନାମକୁ ସୁପାରିଶ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆଜି ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଥିଲା । କିନ୍ତୁ ପରିସ୍ଥିତିକୁ ଦେଖି ସମୟସୀମାକୁ ସରକାର ବଢ଼ାଇ ଦେଇଛନ୍ତି । ଏହାଛଡ଼ା ଆବେଦନ ପ୍ରକ୍ରିୟାକୁ କୋହଳ କରିଦିଆଯାଇଛି । ସୁପାରିଶ ଆଧାରରେ ଆବେଦନପତ୍ର ଦାଖଲ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ଅଥରିଟି ଓ ବ୍ୟକ୍ତିବିଶେଷଙ୍କ ସୁପାରିଶ ଆଧାରରେ ଏହି କାର୍ଯ୍ୟ ହେଉଥିଲା । ତେବେ ବର୍ତ୍ତମାନର ଲକ୍‌ଡାଉନ୍ ପରିସ୍ଥିତି ଯୋଗୁଁ ଆବେଦନ ଓ ମନୋନୟନ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରାଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମନ୍ତ୍ରାଳୟ ଇମେଲ୍‌ରେ ଆବେଦନ ପଠାଇବା ଲାଗି ଆହ୍ୱାନ ଦେଇଛି । ସଂକ୍ରମଣ କାରଣରୁ ଏଭଳି ନିୟମ ପ୍ରଚଳନ କରାଯାଇଛି । ନିର୍ଦ୍ଧାରିତ ନିୟମ ବା ବ୍ୟବସ୍ଥା ଅନୁଯାୟୀ ଜାତୀୟ ପୁରସ୍କାର ପାଇଁ ମନୋନୟନ ବା ଆବେଦନ ସମ୍ପୃକ୍ତ ସଂଘ, କ୍ରୀଡ଼ା ବୋର୍ଡ଼ ଏବଂ ପୂର୍ବତନ ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନଙ୍କ ସୁପାରିଶ ଆଧାରରେ ହେଉଥିଲା । କିନ୍ତୁ ବର୍ତ୍ତମାନ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏ କ୍ଷେତ୍ରରେ କିଛିଟା କୋହଳ ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

5 × four =