ହକି ଇଣ୍ଡିଆ ବିରୋଧରେ ନିୟମ ଉଲ୍ଲଙ୍ଘନ ଅଭିଯୋଗ

0 78

ନୂଆଦିଲ୍ଲୀ : ହକି ଇଣ୍ଡିଆ ବିରୋଧରେ ଗୁରୁତର ନିୟମ ଉଲ୍ଲଙ୍ଘନ ଅଭିଯୋଗ ଆସିଛି । ଜାତୀୟ କ୍ରୀଡ଼ା ସଂହିତାର ଉଲ୍ଲଙ୍ଘନ କରି ହକି ଇଣ୍ଡିଆ ପଦପଦବୀ ସୃଷ୍ଟି କରିଛି ବୋଲି ଅଭିଯୋଗ ହୋଇଛି । ଏ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର ହୋଇଛି । ଏହାର ଶୁଣାଣି କରି କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ଜବାଦ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗ ଉପରେ ନିଜର ଆଭିମୁଖ୍ୟ ଜଣାଇବା ଲାଗି କେନ୍ଦ୍ରକୁ କୁହାଯାଇଛି । ହକି ଇଣ୍ଡିଆ ଆଜୀବନ ସଦସ୍ୟ, ଆଜୀବନ ସଭାପତି ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭଳି ପଦପଦବୀ ସୃଷ୍ଟି କରିଛି । କ୍ରୀଡ଼ା ସଂହିତାରେ ଥିବା ନିୟମକୁ ଏହା ବିରୁଦ୍ଧାଚରଣ କରୁଛି । ହକି ଇଣ୍ଡିଆ ସବୁ ଜାଣି ମଧ୍ୟ ଏଭଳି ନିୟମ ବିରୋଧୀ କାର୍ଯ୍ୟ କିପରି କଲା ବୋଲି ପିଟିସନରେ ପ୍ରଶ୍ନ କରାଯାଇଛି । ମୁଖ୍ୟ ବିଚାରପତି ଡିଏନ୍‌ ପଟେଲ୍‌ ଓ ପ୍ରତୀକ ଜଲାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ଖଣ୍ଡପୀଠ ଆଜି ଶୁଣାଣି କରି କ୍ରୀଡ଼ା ମନ୍ତ୍ରଣାଳୟ, ହକି ଇଣ୍ଡିଆ ଓ ଆଉ ଦୁଇଜଣ ବ୍ୟକ୍ତିଙ୍କୁ ନୋଟସ୍‌ ଜାରି କରିଛନ୍ତି । ଏହି ଦୁଇ ବ୍ୟକ୍ତି ହକି ଇଣ୍ଡିଆ ଦ୍ୱାରା ଆଜୀବନ ସଦସ୍ୟ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଆସନ୍ତାକାଲି ଜବାବ ଦାଖଲ ପାଇଁ ଏହିସବୁ ପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

20 − ten =