ନ୍ୟୁଜିଲ୍ୟାଣ୍ଡରେ ଅଧିକାଂଶ କଟକଣା କୋହଳ ହେଲା

0 74

ୱିଲିଙ୍ଗଟନ : ନ୍ୟୁଜିଲ୍ୟାଣ୍ଡ ସରକାର ଦେଶରେ ପୂର୍ବରୁ ଜାରି ହୋଇଥିବା ଲକ୍‌ଡାଉନ୍ କଟକଣାକୁ ବହୁମାତ୍ରାରେ କୋହଳ କରିଦେଇଛନ୍ତି । ଲକ୍‌ଡାଉନ୍ ଯୋଗୁଁ ଷ୍ଟାଡ଼ିୟମଗୁଡ଼ିକ ବନ୍ଦ ରହିଥିଲା । ସବୁ ପ୍ରକାର ମ୍ୟାଚ୍ ସ୍ଥଗିତ ରହିଥିଲା । ତେବେ ସୋମବାର ଷ୍ଟାଡ଼ିୟମ ଖୋଲିବା ପାଇଁ ଅନୁମତି ଦିଆଯିବା ସହ ଦର୍ଶକମାନଙ୍କୁ ଷ୍ଟାଡ଼ିୟମ ଭିତରକୁ ଯିବା ପାଇଁ ସୁଯୋଗ ଦିଆଯାଇଛି । ଲକ୍‌ଡାଉନ୍‌କୁ କୋହଳ କରି ସରକାର ରଗବୀ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଏହା ଏକ ଡୋମେଷ୍ଟିକ୍ କ୍ରୀଡ଼ା କାର୍ଯ୍ୟକ୍ରମ । ସୁପର ରଗବୀ ଅଟିରୋଆ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଯାଉଛି । ଲକ୍‌ଡାଉନ୍ କୋହଳ ପରେ ଦେଶରେ ପ୍ରଥମ କ୍ରୀଡ଼ା କାର୍ଯ୍ୟକ୍ରମ ଭାବେ ଏହା ଅନୁଷ୍ଠିତ ହେଉଥିବାରୁ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନଥବା ଉତ୍ସାହ ଦେଖିବାକୁ ମିଳୁଛି । ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡର ୫ଟି ସୁପର ଟିମ୍ ଅଂଶଗ୍ରହଣ କରିବେ । ନ୍ୟୁଜିଲ୍ୟାଣ୍ଡ ରଗବୀ ମୁଖ୍ୟ ନିର୍ବାହୀ ଅଧିକାରୀ ମାର୍କ ରବିନସନ୍ ସୋମବାର କହିଛନ୍ତି ଯେ, କେବଳ ନ୍ୟୁଜିଲ୍ୟାଣ୍ଡ ନୁହେଁ ସମଗ୍ର ବିଶ୍ୱରେ ଏହା ପ୍ରଥମ କ୍ରୀଡ଼ା କାର୍ଯ୍ୟକ୍ରମ । ଏହି କ୍ରୀଡ଼ା ପ୍ରତିଯୋଗିତା ଦେଖିବା ପାଇଁ ଦର୍ଶକମାନଙ୍କୁ ଷ୍ଟାଡ଼ିୟମକୁ ଆସିବା ଲାଗି ଅନୁମତି ଦିଆଯିବ । ତେବେ ସେମାନେ ସର୍ବନିମ୍ନ ସୁରକ୍ଷା ନିୟମ ପାଳନ କରିବେ । ଷ୍ଟାଡ଼ିୟମରେ ଦର୍ଶକଙ୍କ ସଂଖ୍ୟା ଉପରେ କୌଣସି କଟକଣା ନାହିଁ । ଅର୍ଥାତ୍ ଯେତେ ଦର୍ଶକ ଚାହିଁବେ ଆସିପାରିବେ । ଆସନ୍ତା ଶନିବାର ଡୁନେଡିନ୍‌ଠାରେ ଥିବା ଓଟାଗୋ ରିଜିଓନାଲ୍ ଷ୍ଟାଡ଼ିୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାପରେ ଇଡେନ୍ ପାର୍କରେ ମଧ୍ୟ ମ୍ୟାଚ୍ ଖେଳାଯିବ । ଏଥିରେ ଏକାଧିକ ଟିମ୍ ଅଂଶଗ୍ରହଣ କରୁଥିବାରୁ ଆଗକୁ ଅନ୍ୟ ମ୍ୟାଚ୍ ମଧ୍ୟ ଆୟୋଜନ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

7 + 20 =