ଡାଇମଣ୍ଡ ଲିଗ : ରୌପ୍ୟ ଜିତିଲେ ନୀରଜ

0 45

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟ ସ୍ବର୍ଣ୍ଣ ପଦକ ଜିତିବା ପରେ ଡାଇମଣ୍ଡ ଲିଗରେ ୮୯.୯୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଛନ୍ତି ନୀରଜ । ଏହା ସହିତ ନିଜର ପୂର୍ବ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ।

hiring

ସ୍ଟକହୋଲମରେ ଡାଇମଣ୍ଡ ଲିଗ ଖେଳାଯାଇଛି । ସେଠାରେ ୮୯.୯୪ ମିଟର ଜାଭେଲିନ ଫିଙ୍ଗି ଜୁନ ୧୪ରେ ହୋଇଥିବା ପାଭୋ ନୁରମି ଗେମ୍ସରେ କରିଥିବା ରେକର୍ଡକୁ ଭାଙ୍ଗିଛନ୍ତି । ଏଥିରେ ସେ ରୌପ୍ୟ ପଦକ ଜିତିଥିଲେ । ୮୯.୩୦ ମିଟର ଜାଭେଲିନ ଫିଙ୍ଗିଥିଲେ ।ନୀରଜଙ୍କ ଏହି ଥ୍ରୋ ଟୁର୍ଣ୍ଣାମେଣ୍ଟ ରେକର୍ଡ ମଧ୍ୟ ହୋଇଛି । ବିଶ୍ବ ଚମ୍ପିଆନ ପିଟର ୯୦.୩୧ ଜାଭେଲିନ ଫିଙ୍ଗି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ଅସଫଳ ହୋଇଥିଲେ । ଦ୍ବିତୀୟ ପ୍ରୟାସରେ ସର୍ବାଧିକ ୮୬. ୮୪ ଜାଭେଲିନ ଥ୍ରୋ କରିଥିଲେ । ତୃତୀୟ ପ୍ରୟାସରେ ଏହି ସଫଳତା ପାଇଛନ୍ତି । ଜୁଲାଇ ୧୫ରୁ ୨୪ଯାଏଁ ୟୁଏସଏରେ ହେବାକୁ ଥିବା ବିଶ୍ବ ଚାମ୍ପିୟନସିପରେ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

four + 19 =