ସମ୍ପର୍କୀୟଙ୍କ ଉପରେ ଆକ୍ରମଣ ଘଟଣା: ତଦନ୍ତ ଦାବିକଲେ ରାଇନା

0 370

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ପଞ୍ଜାବରେ ରହୁଥିବା ପିଉସୀଙ୍କ ଘରେ ନିକଟରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏହି ଘଟଣାକୁ ରାଇନା ଅତି ଗୁରୁତ୍ୱର ସହ ନେଇଛନ୍ତି । ଘଟଣାର ଏକ ନିରପେକ୍ଷ ଓ ଟିକିନିଖି ତଦନ୍ତ ପାଇଁ ସେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ରାଇନା କହିଛନ୍ତି ଯେ, ଏହା ଏକ ଚୋରି କି ଡକାୟତି ଘଟଣା ନୁହେଁ । ଏହି ଆକ୍ରମଣ ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି । ଉପଯୁକ୍ତ ତଦନ୍ତ ହେଲେ ତାହାର ସତ୍ୟତା ଜଣାପଡ଼ିବ ବୋଲି ସେ କହିଛନ୍ତି ।
ଚେନ୍ନାଇ ସୁପର କିଙ୍ଗ୍‌ସ ଟିମ୍‌ ଛାଡିବା ପରେ ଭାରତ ଫେରିଥିବା ସୁରେଶ ରୈନାଙ୍କୁ ନେଇ ଅନେକ କଥା ଚର୍ଚ୍ଚା ହେଉଛି । ଏସବୁ ବିବାଦ ମଧ୍ୟରେ ମଙ୍ଗଳବାର ଦିନ ରାଇନା ଟ୍ୱିଟ୍‌ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ପଞ୍ଜାବ ପୋଲିସଙ୍କୁ ସହାୟତା ମାଗିଛନ୍ତି । ରାଇନା ଟ୍ୱିଟ୍‌ କରି ଲେଖିଛନ୍ତି, ପଞ୍ଜାବରେ ମୋର ପରିବାର ସହିତ ଯାହା ହେଲା, ତାହା ଅତ୍ୟନ୍ତ ଭୟାନକ । ମୋ ସଂପର୍କୀୟଙ୍କ ମୃତ୍ୟୁ ହୋଇଯାଇଛି । ମୋ ପୀଉସୀ ଓ ସମ୍ପର୍କୀୟ ଭାଇ ଗୁରୁତର ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ସେ ଜୀବନ ଓ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ । କିନ୍ତୁ ବିଳମ୍ବିତ ରାତିରେ ମୋ ଭାଇଙ୍କର ମୃତ୍ୟୁ ହୋଇଯାଇଛି । ପୀଉସୀ ଏବେବି ଗୁରୁତର ରହିଛନ୍ତି ।
ସେହିପରି ରାଇନା ନିଜର ୨ୟ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଜାଣିପାରୁଲିନାହିଁ, ଯେ ସେଦିନ ରାତିରେ କଣ ଘଟିଥିଲା । ପଞ୍ଜାବ ପୋଲିସକୁ ମୁଁ ଅନୁରୋଧ କରୁଛି କି ଏହି ମାମଲାର ଦୃଢତାର ସହିତ ଛାନ୍‌ଭିନ୍‌ କରନ୍ତୁ । କିଏ ଏଭଳି ଘଟଣା ଘଟଣାଇଛି , ତାହା ଆମେ ଜାଣିବାକୁ ହକ୍‌ଦାର । ଅପରାଧୀମାନଙ୍କୁ ଅଧିକ ଅପରାଧ କରିବା ପାଇଁ ଛାଡିବା ଉଚିତ୍‌ ନୁହେଂ । ଅପରାଧୀଙ୍କ ବିରୋଧରେ ପଞ୍ଜାବ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ଗିରଫ କରିବା ଉଚିତ୍‌ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପଠାନକୋଟରେ ମାଧାପୁର ଅଞ୍ଚଳର ଶାରିୟସ ଗାଁରେ ଅଜଣା ଦୁର୍ବୃତ୍ତମାନେ ସୁରେଶ ରାଇନାଙ୍କ ପୀଉସୀଙ୍କ ଘର ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସୁରେଶ ରାଇନାଙ୍କ ପୀଉସାଙ୍କ ମୃତ୍ୟୁ ହୋଇଥିବା ବେଳେ , ପରିବାରର ଅନ୍ୟ ସଦସ୍ୟଙ୍କ ଅବସ୍ଥା ଗୁରୁତର ରହିଥିଲା । ପରେ ସେମାନଙ୍କୁ ନିକଟସ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଚେନ୍ନାଇ ସୁପର କିଙ୍ଗସ୍‌ର ଷ୍ଟାର ବ୍ୟାଟ୍‌ସମ୍ୟାନ୍‌ ସୁରେଶ ରାଇନ୍‌ ଚଳିତ ବର୍ଷ ଆଇପିଏଲ୍‌ ନଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଇନାଙ୍କ ସମ୍ପର୍କୀୟଙ୍କ ଉପରେ ଆକ୍ରମଣ ଲାଗି ସେ ଭାରତ ଫେରିଥିଲେ ବୋଲି କୁହାଯାଉଥିଲା । କିନ୍ତୁ ପରେ ଜଣାପଡିଥିଲା କି ,ହୋଟେଲ୍‌ରେ ରୁମ୍‌କୁ ନେଇ ବିବାଦ ନେଇ ସେ ୟୁଏଇ ଛାଡିଥିବା ସିଏସ୍‌କେ ଟିମ୍‌ର ମାଲିକ ଏସ୍‌, ଶ୍ରୀନିବାସନ କହିଥିଲେ ।

hiranchal ad1
Leave A Reply

Your email address will not be published.

eleven + 20 =