ଧୋନୀଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ବାରି ହୋଇ ପଡୁଥିଲା : ସଚିନ

0 72

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ବାରି ହୋଇ ପଡୁଥିଲା । ସେ ଖେଳକୁ ଠିକରେ ପଢିପାରୁ ଥିଲେ ବୋଲି କହିଛନ୍ତି ମହାନ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍‌ ସଚିନ ତେନ୍ଦୁଲକର । ଧୋନୀ ଗତ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ଆଇପିଏଲ ଖେଳିବେ ବୋଲି କହିସାରିଛନ୍ତି । ଅବସର ପରେ ଅନେକ ଖେଳାଳି, ଅଭିନେତା, ସେଲିବ୍ରିଟି ଧୋନୀଙ୍କ ଆଗାମୀ ଭବିଷ୍ୟତକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ସଚିନ କହିଛନ୍ତି ଯେ, ସେ ଯେତେବେଳେ ପ୍ରଥମ ସ୍ଲିପରେ ଫିଲ୍ଡିଂ କରୁଥିଲେ ଧୋନୀଙ୍କୁ ଲକ୍ଷ୍ୟ କରୁଥିଲେ । ଧୋନୀଙ୍କ ପାଖରେ ନେତୃତ୍ୱ ନେବାର କ୍ଷମତା ଥିଲା । ସେ ଖେଳକୁ ଠିକ୍‌ ଭାବେ ବୁଝିପାରୁଥିଲେ । ଏପରିକି ସେ ୨୦୦୭ରେ ବିସିସିଆଇକୁ ମଧ୍ୟ ନେତୃତ୍ୱ ଭାର ମାହିଙ୍କୁ ଦିଆଯାଉ ବୋଲି କହିଥିଲେ । ସେହି ବର୍ଷ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଓ ସଚିନ ଜୁନିଅର ଖେଳାଳିଙ୍କୁ ୨୦୦୭ ଟି୨୦ ବିଶ୍ୱକପର ନେତୃତ୍ୱ ଦେବାକୁ କହିଥିଲେ । ସଚିନ ଧୋନୀଙ୍କ ନାଁ ନେଇଥିଲେ । ସେ ଧୋନୀଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ । ଏପରିକି ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ତାଙ୍କର ଥିଲା । ୨୦୦୮ରେ ଧୋନୀଙ୍କୁ ଟେଷ୍ଟ ଦଳର ଅଧିନାୟକ ଭାର ଦିଆଯାଇଥିଲା । ଦଳରେ ସଚିନ, ଦ୍ରାବିଡ, ଭିବିଏସ ଲକ୍ଷ୍ମଣଙ୍କ ଭଳି ଖେଳାଳି ଥିବା ସତ୍ତେ୍ୱ ଧୋନୀ ହିଁ ସବୁଠୁ ହକଦାର ଥିଲେ । ସେତେବେଳକୁ ସଚିନ କ୍ରିକେଟରେ ୧୯ ବର୍ଷ ଅତିବାହିତ କରିସାରିଥିଲେ ।

hiranchal ad1
Leave A Reply

Your email address will not be published.

1 × two =