ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ଗୁରୁ ଦାୟିତ୍ବ

0 164

ନୂଆଦିଲ୍ଲୀ-ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ ଭାରତୀୟ ଟେଷ୍ଟ କ୍ରିକେଟରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଏହା ଜୁନ୍ 20 ରୁ ଇଂଲଣ୍ଡ ଗସ୍ତ ସହିତ ଆରମ୍ଭ ହେବ। ବିସିସିଆଇ ଶନିବାର ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି। ଶୁଭମନ ଗିଲଙ୍କୁ ନୂତନ ଅଧିନାୟକ କରାଯାଇଛି।
ଭାରତୀୟ ଦଳ ଏକ ଯୁବ ଦଳ ସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଚତୁର୍ଥ ସଂସ୍କରଣ ଆରମ୍ଭ କରିବ। ଅଧିନାୟକ ରୋହିତ ଶର୍ମାଙ୍କ ଟେଷ୍ଟରୁ ଅବସର ପରେ ଯୁବ ଶୁଭମନ ଗିଲଙ୍କୁ ନୂତନ ଅଧିନାୟକ କରାଯାଇଛି। ରିଷଭ ପନ୍ତଙ୍କୁ ତାଙ୍କର ଡେପୁଟି ଭାବରେ ନିଯୁକ୍ତ କରାଯାଇଛି। ବିରାଟ କୋହଲିଙ୍କ ଟେଷ୍ଟ ଅବସର ପରେ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ସାଇ ସୁଦର୍ଶନଙ୍କୁ ଚୟନ କରାଯାଇଛି। ଭାରତୀୟ ଦଳରେ ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମରାହ କେବଳ ଦୁଇ ଜଣ ଅଭିଜ୍ଞ ଖେଳାଳି ରହିଛନ୍ତି ।

hiring

ଭାରତୀୟ ଦଳ: ଶୁଭମାନ ଗିଲ (ଅଧିନାୟକ), ଋଷଭ ପନ୍ତ (ଉପ ଅଧିନାୟକ ଉଇକେଟ କିପର), ଯଶସ୍ୱୀ ଜୈସୱାଲ, କେ.ଏଲ୍ ରାହୁଲ, ସାଇ ସୁଦରସନ୍, ଅଭିମନ୍ୟୁ ଏସୱାରନ୍, କରୁଣ ନାୟାର, ନୀତୀଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଜସପ୍ରିତ ବୁମରା, ମହମ୍ମଦ ସିରାଜ, ଧ୍ରୁବ ଜୁରେଲ, ଶର୍ଦ୍ଦୁଲ ଠାକୁର, ପ୍ରସିଦ୍ଧ କ୍ରିଷ୍ଣ, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ଶାର୍ଦୁଳ ଠାକୁର

hiranchal ad1
Leave A Reply

Your email address will not be published.

nineteen + 2 =