ଆବୁଧାବି: ଚଳିତ ଟି-ଟେଣ୍ଟି ବିଶ୍ବକପରେ ପ୍ରଥମ ୨ଟି ମ୍ୟାଚରେ ହାରି ସଙ୍କଟରେ ପଡିଛି ଭାରତ । ଆଜି ବିଶ୍ବକପର ସୁପର-୧୨ରେ ଗ୍ରୁପ-୨ରେ ଏକ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଭାରତ । ସେମିରେ ଆଶା ଉଜ୍ଜିବୀତ କରିବାକୁ ହେଲେ ଭାରତକୁ ଆଜି କିଛି ମିରାକିଲ କରିବାକୁ ପଡିବ । ଭାରତ ପାଇଁ ଆଜିର ମ୍ୟାଚ ଶେଷ ସୁଯୋଗ । ଦଳର ଭାଗ୍ୟ ଏବେ ଝୁଲୁଛି । ଆଜିର ମ୍ୟାଚ ହାରିଲେ ଦଳ ଘରକୁ ଫେରିବାଟା ନିଶ୍ଚିତ ।
ଭାରତକୁ ଆଜି ଏକ ବିଶାଳ ସ୍କୋର କରିବାକୁ ପଡିବ । ଏକ ବଡ ବ୍ୟବଧାନରେ ଆଫଗାନିସ୍ତାନକୁ ହରାଇବାକୁ ପଡିବ । ନଚେତ ଭାରତ ପକ୍ଷେ ଆଉ କିଛି ଚାରା ନାହିଁ । ପାକିସ୍ତାନ ବିପକ୍ଷରେ ଲଢୁଆ ଖେଳ ପ୍ରଦର୍ଶନ କରିବା ପରେ ଆଫଗାନିସ୍ତାନ ମଧ୍ୟ ଆଜି ଭାରତକୁ କଡା ଟକ୍କର ଦେବ ଏଥିରେ ସନ୍ଦେହ ନାହିଁ । ଆଫଗାନିସ୍ତାନର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ଶୃଙ୍ଖଳିତ ଅଛନ୍ତି । ଦଳର ମହମ୍ମଦ ନବି ଆପିଏଲରେ ଖେଳୁଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଶକ୍ତି ଓ ଦୁର୍ବଳତା ବିଷୟରେ ତାଙ୍କୁ ଭଲ ଭାବରେ ଜଣା । ଆଫଗାନିସ୍ତାନ ୩ଟି ମ୍ୟାଚ ଖେଳି ସାରିଛି । ସ୍କଟଲାଣ୍ଡ ଓ ନାମ୍ବିଆକୁ ହରାଇ ୪ ପଏଣ୍ଟ ପାଇଛି ଦଳ । ଆଜି ଆଫଗାନିସ୍ତାନ ଭାରତକୁ ବଡ ସ୍କୋର କରିବାକୁ ଅଟକାଇବ ।
Sign in
Sign in
Recover your password.
A password will be e-mailed to you.