ଆସନ୍ତାକାଲିଠାରୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ-ଭାରତ ଟି-୨୦ ସିରିଜ

0 109

ଜୟପୁର : ବିଶ୍ୱକପ ପରାଜୟ ଭୁଲି ପାରିନାହାନ୍ତି ଭାରତୀୟ ପ୍ରଶଂସକ । ଯେଉଁ ନ୍ୟୁଜିଲାଣ୍ଡ ଦଳଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା ଭାରତ ତା’ର ବିପକ୍ଷରେ ଆସନ୍ତାକାଲି ଟି-୨୦ ସିରିଜ ଖେଳିବ । ଆସନ୍ତାକାଲି ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ସିରିଜ ପୂର୍ବରୁ ଭାରତୀୟ ଦଳରେ ବହୁତ ବଡ ପରିବର୍ତ୍ତନ ହୋଇଛି । ଟି-୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀ କୋଚ ପଦରୁ ହଟିଥିବା ବେଳେ ତାଙ୍କ ସ୍ଥାନରେ ପୂର୍ବତନ ଅଧିନାୟକ ତଥା ଦିୱାଲ ଭାବେ ପରିଚିତ ରାହୁଲ ଦ୍ରାବିଡ ନିଯୁକ୍ତି ହୋଇଛନ୍ତି । ସେହିପରି ବିଶ୍ୱକପ ପରେ ବିରାଟ କୋହଲି ଟି-୨୦ରୁ ନେତୃତ୍ୱ ଛାଡିଥିବାରୁ ରୋହିତ ଶର୍ମା ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ଆସନ୍ତାକାଲିଠାରୁ ଇନିଂସ ଆରମ୍ଭ କରିବେ । ଟି-୨୦ ସିରିଜରୁ ବିରାଟ କୋହଲିଙ୍କ ସମେତ ଜସପ୍ରିତ ବୁମରା, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମିଙ୍କ ଭଳି ପ୍ରମୁଖ ଖେଳାଳି ବିଶ୍ରାମ ନେଇଛନ୍ତି । ତେଣୁ ଆସନ୍ତାକାଲିର ମ୍ୟାଚରେ କେତେକ ଯୁବ ଖେଳାଳିଙ୍କ ଦେଖିବାକୁ ମିଳିପାରେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାଦ୍‌ ପଡିଥିବାରୁ ଭେଙ୍କଟେସ ଆୟାର ଆସନ୍ତାକାଲି ମ୍ୟାଚରେ ପଦାର୍ପଣ କରିବା ନିଶ୍ଚିତ ହୋଇଯାଇଛି । ସେହିପରି ରବିନ୍ଦ୍ର ଜାଡେଜା ଖେଳୁନଥିବାରୁ ଅକ୍ଷର ଖେଳିବା ମଧ୍ୟ ନିଶ୍ଚତ । ତେବେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷାନଙ୍କ ମଧ୍ୟରେ ପ୍ରତିନ୍ଦ୍ୱଦିତା ହେବ । ଓପନର ଭାବେ ରାହୁଲ ଓ ରୋହିତ ଖେଳିବା ସ୍ଥିର ହୋଇଥିବା ବେଳେ ଉଇକେଟ କିପର ଭାବେ ପନ୍ତ ଖେଳିବା ସୁନିଶ୍ଚିତ । ସ୍ପିନର ଭାବେ ଅଶ୍ୱନୀ ଓ ଚହଲଙ୍କ ମଧ୍ୟରୁ ଜଣକୁ ଏକାଦଶରେ ସ୍ଥାନ ମିଳିପାରେ । ସେହିପରି ପେସର ଭାବେ ଦୀପକ ଚହର, ଆଭେସ ଖାନ ଓ ଭୁବନେଶ୍ୱର କୁମାର ଖେଳିପାରନ୍ତି । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ଦଳ ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ରନର୍ସ ଅପ ହେବା ପରେ ଭାରତକୁ ଆସିଛି । ତେଣୁ ଆସନ୍ତାକାଲିର ମ୍ୟାଚ ଦର୍ଶକଙ୍କୁ ବିଶ୍ୱକପ ପରି ଲାଗିବ । ନିୟମିତ ଅଧିନାୟକ କେନ୍‌ ୱିଲିୟମସନ ଖେଳୁନଥିବାରୁ ତାଙ୍କ ସ୍ଥାନରେ ଟିମ୍‌ ସାଉଦୀ ଦଳର ନେତୃତ୍ୱ ନେବେ ।

hiranchal ad1
Leave A Reply

Your email address will not be published.

five × four =