ପାଣ୍ଡ୍ୟାଙ୍କ ସପକ୍ଷରେ ଚାପେଲ୍‌ଙ୍କ ମତ

0 77

ସିଡନୀ : ଆଗକୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ୍ ନେଇ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟ୍ ବ୍ୟକ୍ତିତ୍ୱ ୟାନ୍ ଚାପେଲ୍ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଚାପେଲ୍ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଏକ ଦକ୍ଷ ଟେଷ୍ଟ ଦଳ । ନିଜ ମାଟିରେ ଅଷ୍ଟ୍ରେଲିଆ ଖେଳିବାକୁ ଯାଉଥିବାରୁ ଏହା ଭଲ ଦର୍ଶକ ସମର୍ଥନ ପାଇପାରିବ । ତେବେ ମୋ ମତରେ ଏହି ଟେଷ୍ଟରେ ଭାରତ ଯଦି ହାର୍ଦ୍ଦିକ ପାଣ୍ଡ୍ୟାକୁ ଖେଳିବାକୁ ସୁଯୋଗ ଦିଏ, ତେବେ ଟିମ୍ ଇଣ୍ଡିଆ ନିଶ୍ଚୟ ଉପକୃତ ହେବ । ୨୦୧୮ରୁ ପାଣ୍ଡ୍ୟା ଆଉ କୌଣସି ଟେଷ୍ଟ ଖେଳିନାହାନ୍ତି । ନିକଟରେ ଆହତ ସମସ୍ୟାରୁ ମୁକ୍ତ ହୋଇଥିବା ପାଣ୍ଡ୍ୟା ଟେଷ୍ଟ ପାଇଁ ଜଣେ ଯୋଗ୍ୟ ଭାରତୀୟ କ୍ରିକେଟର । ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ୍ ଆସ୍ତନ୍ତା ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଚାପ ପରିସ୍ଥିତିର ମୁକାବିଲା କରିବାରେ ପାଣ୍ଡ୍ୟାଙ୍କର କ୍ଷମତା ରହିଛି । ଭାରତ ବୋଲିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିପାରିଲେ ଭଲ ସ୍ଥିତିରେ ରହିବ ବୋଲି ଚାପେଲ୍ କହିଛନ୍ତି । ଇଏସ୍‌ପିଏନ୍ କ୍ରିକ୍ ଇନ୍‌ଫେ୍‌ାରେ ନିୟମିତ ସ୍ତମ୍ଭରେ ଚାପେଲ ଏଭଳି ମତ ଦେଇ କହିଛନ୍ତି ଯେ, ଭାରତୀୟ ଦଳରେ ଆହତ ସମସ୍ୟା ଏକ ନିୟମିତ ବିଷୟ । ବର୍ତ୍ତମାନ ପାଣ୍ଡ୍ୟା ଆହତ ସମସ୍ୟାରୁ ମୁକ୍ତ ହୋଇଥିବା ବେଳେ ଅଭ୍ୟାସ ପାଇଁ ତାଙ୍କ ପାଖରେ ଯଥେଷ୍ଟ ସମୟ ଅଛି । ଧିରେ ଧିରେ ସେ ସଂପୂର୍ଣ୍ଣ ଫିଟ୍‌ନେସ୍‌କୁ ଫେରିପାରିବେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ସେ ଦଳ ପାଇଁ ଏକ ନିର୍ଭରଯୋଗ୍ୟ ଓ ଦଳକୁ ସୁହାଇଲା ଭଳି ସଦସ୍ୟ ଭାବେ ଖେଳିପାରିବେ ବୋଲି ଚାପେଲ୍ ଆଶାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଚୟନକର୍ତ୍ତା ଖେଳାଳି ବାଛିବା ବେଳେ ଏକ ଭଲ ବୋଲିଂ ଟିମ୍‌କୁ ଆଖି ଆଗରେ ରଖିବା ନିହାତି ଜରୁରୀ । ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବଙ୍କୁ ଗୁରୁତ୍ୱର ସହ ନେବା ଉଚିତ୍ ହେବ ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

18 − 11 =