ଅକ୍ଟୋବରରୁ ଦେଶରେ କ୍ରୀଡା ପ୍ରତିଯୋଗିତା ନେଇ ଆଶା ରଖିଛନ୍ତି ବାତ୍ରା

0 76

ନୂଆଦିଲ୍ଲୀ : କରୋନା ଭଳି ମହାମାରୀ ଯୋଗୁଁ ଖାଲି ଭାରତ ନୁହେଁ, ସାରା ବିଶ୍ୱରେ ଏବେ କ୍ରୀଡ଼ା ଭଳି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ କ୍ରୀଡା ପ୍ରତିଯୋଗିତା ଫେରିବା ଉଚିତ୍ ବୋଲି ମତ ଦେଇଛନ୍ତି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ନରିନ୍ଦର ବାତ୍ରା । ଫିକି ପକ୍ଷରୁ ଆୟୋଜିତ ଏକ ୱବିନାର୍ ‘ସ୍ପୋର୍ଟିଂ ଇଭେଣ୍ଟ୍ସ ଏମ୍ବ୍ରାସିଂ ଦ ନିୟୁ ନର୍ମାଲ୍’କୁ ଉଦ୍ବୋଧନ ଦେବା ବେଳେ ବାତ୍ରା ଏଭଳି ଆଶା ପ୍ରକାଣ କରିଛନ୍ତି । ଅଧିକାଂଶ ଖେଳ ଲାଗି ‘ସାଧାରଣ ପରିଚାଳନା ପ୍ରକ୍ରିୟା’ (ଏସ୍ଓପି) ଜାରି ହୋଇସାରିଛି । ଏବେ ଯେଉଁଠାରେ ପ୍ରତିଯୋଗିତାଗୁଡିକ ଆୟୋଜନ କରାଯିବ ତାହା ଚିହ୍ନଟ କରାଯିବ । ଉଦାହରଣ ଭାବେ ବାତ୍ରା ହକି ପାଇଁ ବେଙ୍ଗାଲୁରୁ ଏବଂ ବନ୍ଧୁକଚାଳନା ପାଇଁ ନୂଆଦିଲ୍ଲୀ ରହିଛି ବୋଲି କହିଥିଲେ । କିନ୍ତୁ କୁସ୍ତି ଓ ମୁଷ୍ଟିଯୁଦ୍ଧ ଭଳି କଣ୍ଟାକ୍ଟ କ୍ରୀଡାର ଏସ୍ଓପି ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନାହିଁ ବୋଲି ସେ କହିଥିଲେ । ସରକାର ଦେଶରେ ସବୁ ଖେଳକୁ ସମର୍ଥନ କରି ଆସୁଛନ୍ତି ଏବଂ ଖେଳାଳିମାନଙ୍କ ମଧ୍ୟରେ ବହୁ ଭାବେ ସକାରାତ୍ମକ ଭାବନା ଭରିରହିଛି । ସେମାନେ ପଡିଆକୁ ଫେରିବାକୁ ବ୍ୟଗ୍ର ଅଛନ୍ତି । ଘରେ ରହି ତାଲିମ ନେଉଥିବା ଖେଳାଳିଙ୍କଠାରୁ ୪୦-୫୦ ପ୍ରତିଶତ ମିଳିବ । ତେଣୁ ଖେଳାଳିମାନେ ପଡିଆକୁ ଆସି ବୋଝ ସମ୍ଭାଳିଲେ ୨/୩ ମାସ ଭିତରେ ଶୀର୍ଷକୁ ଉଠିପାରିବେ ବୋଲି ବାତ୍ରା ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

nine + 10 =