ଖୁବ୍‌ଶୀଘ୍ର ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ !

0 117

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପ୍ରଶଂସକ ଶୀଘ୍ର ନିଜ ପସନ୍ଦର ଖେଳାଳିଙ୍କୁ ପୁଣି ଥରେ ପଡିଆରେ ଖେଳୁଥିବା ଦେଖିବାକୁ ପାଇବେ । ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବ । ଏହି ଗସ୍ତରେ ଦଳ ସୀମିତ ଓଭର ଶୃଙ୍ଖଳା ଖେଳିବ । ସଂପ୍ରତି କରୋନା ଭାଇରସ୍ କାରଣରୁ ସମସ୍ତ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଶୃଙ୍ଖଳା ଓ ଟୂର୍ଣ୍ଣାମେଣ୍ଟ ସ୍ଥଗିତ ରହିଛି । ‘ଦ ଆଇଲ୍ୟାଣ୍ଡ’ର ରିପୋର୍ଟ ଅନୁଯାୟୀ ବିସିସିଆଇ ସୋମବାର ଶ୍ରୀଲଙ୍କା କ୍ରିକେଟ୍‌(SLC)କୁ ଏହି ଗସ୍ତ ଲାଗି ସବୁଜ ସଙ୍କେତ ଦେଇଛି । ଯେବେ ଭାରତ ସରକାର ଏହାର ମଞ୍ଜୁରୀ ଦେବେ ତେବେ ଯାଇ ଏହି ଗସ୍ତ ସମ୍ଭବ ହେବ ବୋଲି ବିସିସିଆଇ କହିଛି । ଭାରତର ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଜୁନ୍ ମାସରେ ନିର୍ଦ୍ଧାରିତ ଥିଲା । ହେଲେ ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ଏସଏଲସିକୁ ମଧ୍ୟ ଏହି ଦ୍ୱିିପାକ୍ଷିକ ଶୃଙ୍ଖଳା ଲାଗି ନିଜ ଦେଶର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ନେବାକୁ ପଡିବ । ରିପୋର୍ଟ ଅନୁଯାୟୀ ଅଗଷ୍ଟ ମାସରେ ଲକ୍‌ଡାଉନ୍ ନିୟମରେ କିଛି କୋହଳ ଦିଆଯାଇପାରେ । ଏସଏଲସିକୁ ଭରସା ଯେ, ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଅନୁମତି ମିଳିଯିବ । ଏସଏଲସି ଟେଲିଭିଜନ ଅଧିକାର ମାଧ୍ୟମରେ ନିଜର ରାଜସ୍ୱ ବଢାଇବା ପାଇଁ କ୍ରିକେଟ୍ ଶୃଙ୍ଖଳା ଉପରେ ବହୁତ ଅଧିକ ନିର୍ଭର କରିଥାଏ । ଏହା ମଧ୍ୟରେ ଏସିଆ କ୍ରିକେଟ୍ ପରିଷଦ(ACC)ରୁ ଅନୁମତି ମିଳିବା ପରେ ଶ୍ରୀଲଙ୍କା ଏସିଆ କପ୍ ଟି-୨୦ ଟୂର୍ଣ୍ଣାମେଣ୍ଟର ଆୟୋଜନ କରିବ । ଏହାର ସୂଚନା ଶ୍ରୀଲଙ୍କା କ୍ରିକେଟ୍‌ର ସଭାପତି ସମ୍ମି ସିଲଭା ମଙ୍ଗଳବାର ଶ୍ରୀଲଙ୍କା ଗଣମାଧ୍ୟମକୁ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × four =