ଅର୍ଜୁନ ପୁରସ୍କାର ଚୟନ ନେଇ ଅସନ୍ତୁଷ୍ଟ ପ୍ରଣୟ

0 92

ନୂଆଦିଲ୍ଲୀ : ଅର୍ଜୁନ ପୁରସ୍କାର ଚୟନ ଲାଗି ଯେଭଳି ନୀତି ଅବଲମ୍ବନ କରାଯାଉଛି, ସେଥିନେଇ ଖେଳାଳି ଏଚ୍‌ଏସ୍ ପ୍ରଣୟ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏଭଳି କେତେକ ଖେଳାଳିଙ୍କୁ ମନୋନୀତ କରାଯାଇଛି, ଯେଉଁମାନେ କି ଗୋଟିଏ ହେଲେ ବି ପ୍ରତିଯୋଗିତା ଜିତିନାହାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ସେମାନଙ୍କ ନାମ ସୁପାରିଶ କରାଯାଇଛି । ଅଥଚ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସିଆନ୍ ଚାମ୍ପିୟନ୍‌ଶିପ୍‌ରେ ପଦକ ଅର୍ଜନ କରିଥିବା ବହୁ ଖେଳାଳିଙ୍କ ନାମ ସୁପାରିଶ କରାଯାଇ ନାହିଁ । ଏହା କିପ୍ରକାର ନିୟମ ବୋଲି ସେ ପ୍ରଶ୍ନ କରିଛନ୍ତି । ଭାରତରେ ପୁରସ୍କାର ପାଇଁ ପ୍ରାର୍ଥୀ ଚୟନ ଏବଂ ସୁପାରିଶ ବର୍ତ୍ତମାନ ଏକ ପ୍ରହସନରେ ପରିଣତ ହୋଇଗଲାଣି । ଏହାଠାରୁ ବଳି ଲଜ୍ଜାର ବିଷୟ ଆଉ କ’ଣ ଥାଇପାରେ ବୋଲି ସେ କହିଛନ୍ତି । ପ୍ରଣୟ କହିଛନ୍ତି ଯେ, ଯେଭଳି ଭାବରେ ନାମ ସୁପାରିଶ ହେଉଛି, ସେଥିରୁ ମନେ ହେଉଛି ପ୍ରକୃତ ଖେଳାଳିମାନଙ୍କ ପରିଶ୍ରମ ଓ ଉତ୍ସର୍ଗର କୌଣସି ମୂଲ୍ୟ ନାହିଁ । ଜଣେ ଖେଳାଳି ତା କ୍ୟାରିୟରରେ ଗୋଟିଏ ପରେ ଗୋଟିଏ କୃତୀତ୍ୱ ଅର୍ଜନ କରି ଦେଶକୁ ଗର୍ବିତ କରୁଥିବା ବେଳେ ତାକୁ କିନ୍ତୁ ଚୟନ ବେଳେ ଅଣଦେଖା କରାଯାଇ ଆଦୌ ଜିତିନଥିବା ଖେଳାଳିଙ୍କ ନାମ ସୁପାରିଶ କରାଯାଉଛି । ଏହା ପ୍ରିୟାପ୍ରୀତି ତୋଷଣ ନୁହେଁ ତ ଆଉ କ’ଣ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 − 9 =