ବିଦେଶରେ ହୋଇପାରେ ଆଇପିଏଲ୍‌

0 81

ନୂଆଦିଲ୍ଲୀ : ଆଇପିଏଲ୍‌କୁ ନେଇ ବର୍ତ୍ତମାନ ସମସ୍ତେ ଚିନ୍ତିତ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଓ ବିଭିନ୍ନ ଦେଶର କ୍ରିକେଟର ସାମିଲ୍ ହେଉଥିବାରୁ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହାକୁ ନେଇ ଖୁବ୍ ବ୍ୟସ୍ତ । କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଛି । କେବେ ଏହି ମେଗା ଓ ଆକର୍ଷଣୀୟ କ୍ରିକେଟ୍ ଇଭେଣ୍ଟ ଆୟୋଜିତ ହେବ ସେ ସଂପର୍କରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇ ପାରୁନାହିଁ । ଚଳିତ ବର୍ଷ ଶେଷଆଡ଼କୁ ଆଇପିଏଲ୍ ଆୟୋଜନ କରିବା ଲାଗି ବିଚାର କରାଯାଉଥିଲା । କିନ୍ତୁ ଶେଷରେ ସଂକ୍ରମଣ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ ନିଷ୍ପତ୍ତି ନେବାରେ ଅସୁବିଧା ଦେଖାଦେଇଛି । କେବଳ ଭାରତ ନୁହେଁ, ଅନ୍ୟ ଦେଶଗୁଡ଼ିକ ମଧ୍ୟ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଆଇପିଏଲ୍ ଆୟୋଜନ କରିବା ନେଇ ବିସିସିଆଇ ସମସ୍ତ ବିକଳ୍ପ ଉପରେ ବିଚାର ଆଲୋଚନା କରୁଛି । ଏକ ସୂତ୍ର ଅନୁଯାୟୀ ଯଦି ଭାରତରେ ଆୟୋଜନ କରିବା ସମ୍ଭବ ନହୁଏ, ସେ କ୍ଷେତ୍ରରେ ବିଦେଶରେ ଆୟୋଜନ କରିବା ଏକମାତ୍ର ବିକଳ୍ପ ହେବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ, ଯଦି ତାହା ଏକମାତ୍ର ବିକଳ୍ପ ବୋଲି ସହମତି ସୃଷ୍ଟି ହୁଏ, ତେବେ ତାହାକୁ ହିଁ ଗ୍ରହଣ କରିବାକୁ ପଡ଼ିବ । ଆଇପିଏଲ୍‌କୁ କୌଣସି ପ୍ରକାରେ ବନ୍ଦ କରାଯାଇପାରିବ ନାହିଁ । ପୂର୍ବରୁ ମଧ୍ୟ ଏଭଳି ବିକଳ୍ପ ଗ୍ରହଣ କରାଯାଇଛି । କିନ୍ତୁ ବିସିସିଆଇ ପ୍ରଥମେ ଭାରତରେ ଆଇପିଏଲ୍ ହେବା କଥା ବିଚାର କରିବ । ଯଦି ତାହା ସମ୍ଭବ ନୁହେଁ, ତେବେ ବିଦେଶରେ ଆୟୋଜନ କରିବା କଥା ବିଚାର କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

13 + 18 =