ସାମାଜିକ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଜୋଫ୍ରାଙ୍କ ଆହ୍ୱାନ

0 73

ଲଣ୍ଡନ : ଆମେରିକାରେ ଜଣେ କୃଷ୍ଣକାୟ ନାଗରିକ ପୁଲିସ୍‌ର ବର୍ବର କାର୍ଯ୍ୟ ଦ୍ୱାରା ପ୍ରାଣ ହରାଇବା ଘଟଣା କେବଳ ସାଧାରଣ ଜନତା ନୁହେଁ, ସମଗ୍ର କ୍ରୀଡ଼ା ଜଗତକୁ ମଧ୍ୟ ଆନ୍ଦୋଳିତ କରିଛି । ବହୁ କ୍ରୀଡ଼ା ବ୍ୟକ୍ତିତ୍ୱ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହା ବିରୋଧରେ ଅନ୍ତର୍ଜାତୀୟସ୍ତରୀୟ ଆନ୍ଦୋଳନ ଲାଗି ଆହ୍ୱାନ ମଧ୍ୟ ଦେଇଛନ୍ତି । ଏହିକ୍ରମରେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର କ୍ରୀଡ଼ା ଜଗତର ବ୍ୟକ୍ତିମାନଙ୍କୁ ସାମାଜିକ ଅନ୍ୟାନ୍ୟ ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଆହ୍ୱାନ ଦେଇଛନ୍ତି । ଜାତିଆଣ ମନୋଭାବ ରଖି ଯେଭଳି ଭାବରେ ଲୋକଙ୍କୁ ହତ୍ୟା କରାଯାଉଛି, ତାହା ଅକ୍ଷମଣୀୟ । ଏଭଳି ଜାତିଆଣ ବା ବର୍ଣ୍ଣ ବୈଷମ୍ୟ କାର୍ଯ୍ୟକଳାପକୁ କୌଣସି ସ୍ଥିତିରେ ବି ବରଦାସ୍ତ କରାଯାଇ ନପାରେ । ଆମେରିକାରେ ଜର୍ଜ ଫ୍ଲଏଡଙ୍କ ବେକ ଉପରେ ଜଣେ ସ୍ୱତକାୟ ପୁଲିସ୍ ଆଣ୍ଠୁମାଡ଼ି ଯେଭଳି ନିର୍ମମ ଭାବରେ ତାଙ୍କୁ ହତ୍ୟା କଲେ ତାହାକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ । ଜଣେ ବ୍ୟକ୍ତି ଯେତେବି ଭୁଲ୍ କରିଥାଉନା କାହିଁକି ଏଭଳି ଭାବରେ ହତ୍ୟା କରାଯିବା ଆଦୌ ଠିକ୍ ନୁହେଁ । ମୁଁ ବହୁତ ଖୁସି ଯେ, ଏହି ଘଟଣା ପରେ ବହୁ କୃଷ୍ଣକାୟ ଏପରିକି ଅନ୍ୟ ଦେଶର ନାଗରିକମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛନ୍ତି । ମୁଁ ସମସ୍ତଙ୍କୁ ଆହ୍ୱାନ ଦେଉଛି ଯେ, ସେମାନେ ଏଭଳି ଭେଦଭାବ ନୀତି ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରନ୍ତୁ । ମୋର ବ୍ୟକ୍ତିଗତ ମତ ହେଉଛି ଯେ, ନିଜର ଭାବନା ବା ପ୍ରତିକ୍ରିୟାକୁ ମନ ଭିତରେ ଚାପି ନରଖି ସାର୍ବଜନୀନ କରିବା ଉଚିତ୍ ହେବ । ଆମେରିକାରେ ଯାହା ଘଟିଗଲା, ତାହା କୌଣସି ସଭ୍ୟ ସମାଜରେ ଦେଖିବାକୁ ମିଳେନାହିଁ । ଆନ୍ଦୋଳନକାରୀମାନଙ୍କୁ ଦମନ କରିବା ଲଶଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍ ଯେଭଳି ଭାବରେ ଦମନ ନୀତି ଚଳାଇଛନ୍ତି ତାହା ସଫଳ ହେବ ନାହିଁ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 4 =