ଦ୍ୱିତୀୟ ଦିନିକିଆ ବିଜୟ ସହ ଆଗୁଆ ସିରିଜ କବଜା କଲା ଭାରତ

0 151

ଅହମ୍ମଦବାଦ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଘରୋଇ ଦଳ ୪୪ ରନରେ ବିଜୟ ଲାଭ କରିବା ସହ ଆଗୁଆ ସିରିଜ ୨-୦ରେ କବଜା କରିଛି । ଟସ୍‌ ହାରି ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ଦଳ ନିର୍ଦ୍ଧରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୭ ରନ କରିଥିଲା । ଦଳ ପକ୍ଷରୁ ସଫଳ ବ୍ୟାଟ୍ସମ୍ୟାନ ଭାବେ ସୂର୍ଯ୍ୟକୁମାର ଯାଦବ ୬୪ କରିଥିବା ବେଳେ କେଏଲ ରାହୁଲ ଦୁର୍ଭାଗ୍ୟଜନକ ଭାବେ ୪୯ ରନ କରି ରନଆଉଟ୍‌ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୧୮, ପନ୍ତ ୧୮, ଦୀପକ ହୁଡା ୨୯ ଓ ସୁନ୍ଦର ୨୪ ରନ କରିଥିଲେ । ବୋଲିଂରେ ଇଣ୍ଡିଜ ପକ୍ଷରୁ ସ୍ମିଥ୍‌ ଓ ଯୋଶେଫ ଉଭୟେ ୨ଟି ଲେଖାଏଁ ଉଇକେଟ ନେଇଥିଲା । ୨୩୮ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଇଣ୍ଡିଜ ଦଳ ପ୍ରଥମ ଉଇକେଟରେ ଭଲ ବ୍ୟାଟିଂ କରିଥିଲା । କିନ୍ତୁ ଭରତର ପେସର ପ୍ରସିଦ୍ଧ ପାଖାପାଖି ୨ଟି ଉଇକେଟ ନେଇ ଇଣ୍ଡିଜର ମେରୁଦଣ୍ଡ ଭାଙ୍ଗିଥିଲେ । ଏହାପରେ ଲଗତାର ଭାବେ ଉଇକେଟ ପତ୍ତନ ଘଟିଥିଲା । ଶେଷ ଭାଗରେ ସ୍ମିଥ କିଛିଟା ଆକର୍ଷଣୀୟ ସଟ୍‌ ଖେଳି ମ୍ୟାଚର ରୋମାଞ୍ଚକର ବଢାଇଥିଲେ । ତାଙ୍କୁ ସୁନ୍ଦର ଆଉଟ୍‌ କରି ଟିମ୍‌ ଇଣ୍ଡିଆର ବିଜୟ ସୁନିଶ୍ଚିତ କରିଥିଲେ । ଶେଷ ଉଇକେଟକୁ ପ୍ରସିଦ୍ଧ କ୍ରିଷ୍ଣା ନେଇ ଭାରତର ବିଜୟ ମୁଣ୍ଡି ମାରିଥିଲେ । ଭାରତ ପକ୍ଷରୁ ବୋଲିଂ ପ୍ରସିଦ୍ଧ କ୍ରିଷ୍ଣା ୧୨ ରନ ଦେଇ ୪ ଉଇକେଟ ନେଇଥିଲେ ।

hiranchal ad1
Leave A Reply

Your email address will not be published.

18 + 7 =