ପାକିସ୍ତାନରେ ହେବ ଚମ୍ପିଆନ୍ସ ଟ୍ରଫି, ଆମେରିକା-ୱେଷ୍ଟଇଣ୍ଡିଜକୁ ମିଳିବ ଟି-୨୦ ବିଶ୍ୱକପ ଆୟୋଜନର ଅଧିକାର

0 95

ନୂଆଦିଲ୍ଲୀ : କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସି ଆଗାମୀ ସାତ ବର୍ଷ ତଥା ୨୦୨୪ରୁ ୨୦୩୧ ପର୍ଯ୍ୟନ୍ତ ହେବାକୁ ଥିବା ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ବ୍ଲୁପ୍ରିଣ୍ଟ ଜାରି କରିଛି । ସୂଚନା ଅନୁଯାୟୀ ଜୁନ୍‌ ୨୦୨୪ରେ ଆମେରିକା ଓ ୱେଷ୍ଟଇଣ୍ଡିଜ ମିଳିତ ଭାବେ ଟି-୨୦ ବିଶ୍ୱକପ ଆୟୋଜନ କରିବେ । ଫେବୃଆରୀ ୨୦୨୫ରେ ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫିର ଆୟୋଜନ ହେବ । ୧୯୯୬ ମସିହା ପରେ ପ୍ରଥମ ଥର କୌଣସି ଏକ ବଡ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜିତ ହେବ । ୨୦୨୬ରେ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ପୁରୁଷ ଟି-୨୦ ବିଶ୍ୱକପ ଆୟୋଜନ କରିବେ । ସେହିପରି ଅକ୍ଟୋବର-ନଭେମ୍ବର ୨୦୨୭ରେ ନାମବିଆ, ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକା ମିଳିତ ଭାବେ ପୁରୁଷ ଦିନିକିଆ ବିଶ୍ୱକପ ଆୟୋଜନ କରିବେ । ସେହିପରି ୨୦୨୮ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହେବ ଟି-୨୦ ବିଶ୍ୱକପ । ୨୦୨୯ରେ ଭାରତକୁ ଚମ୍ପିଆନ୍ସ ଟ୍ରଫି ଆୟୋଜନର ଅଧିକାର ମିଳିବ । ସେହିପରି ୨୦୩୦ ହେବାକୁ ଥିବା ପୁରୁଷ ଟି-୨୦ ବିଶ୍ୱକପର ଆୟୋଜନ ଅଧିକାରର ଇଂଲଣ୍ଡ, ଆୟରଲ୍ୟାଣ୍ଡ ଓ ସ୍କଟଲାଣ୍ଡକୁ ମିଳିବ । ଏହାପରେ ୨୦୩୧ରେ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ବାଂଲାଦେଶ ଓ ଭାରତ ମିଳିତ ଭାବେ ଆୟୋଜନ କରିବେ ।

hiranchal ad1
Leave A Reply

Your email address will not be published.

4 × 2 =