ଟି-୨୦ ବିଶ୍ୱକପ ପରେ ରୋହିତ ନୁହେଁ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକ ଦାୟିତ୍ୱ !

0 165

ଦୁବାଇ : ଟି -୨୦ ବିଶ୍ୱକପରେ ଭାରତୀୟ କ୍ରିକେଟ୍‌ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ହୋଇନାହିଁ । ଦୀର୍ଘ ୬ ମାସ ଧରି ଲଗାତାର କ୍ରିକେଟ ଖେଳୁଥିବା କେତେକ ବରିଷ୍ଠ ଖେଳାଳିଙ୍କୁ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ଦେବାକୁ ବିସିସାଇ ଚିନ୍ତା କରୁଥିବା ଜଣାପଡିଛିା ସେହିପରି ବିଶ୍ୱକପ ପରେ ନିୟମିତ ଅଧିନାୟକ ବିରାଟ କୋହଲି ଟି-୨୦ ଇଭେଣ୍ଟରୁ ଅଧିନାୟକ ପଦ ଛାଡିବେ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି । ଏଭଳି ପରିସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷରେ କିଏ ହେବେ ଅଧିନାୟକ ତାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି । ତେବେ କେଏଲ ରାହୁଲଙ୍କୁ ଏହି ଦାୟିତ୍ୱ ମିଳିବା ଅଧିକ ସମ୍ଭାବନା ରହିଛି ବୋଲି କୁହାଯାଉଛି ।
ମିଡିଆ ରିପୋର୍ଟ ଅନୁଯାୟୀ ଏହି ସିରିଜରୁ ଷ୍ଟାର ଓପନର ରୋହିତ ଶର୍ମା ମଧ୍ୟ ବିଶ୍ରାମ ନେବେ । ତେଣୁ ଅଧିନାୟକତ୍ୱ ପଦ କେ ଏଲ ରାହୁଲ ମିଳିବା ଏକ ପ୍ରକାର ନିଶ୍ଚତ । ବିରାଟ କୋହଲିଙ୍କ ପରେ ରାହିତ ଶର୍ମା ଟି -୨୦ ଦଳର ଅଧିନାୟକତ୍ୱର ଅଗ୍ରଭାଗରେ ଅଛନ୍ତି, କିନ୍ତୁ ତାଙ୍କୁ ମଧ୍ୟ ଟି -୨୦ ବିଶ୍ୱକପ ପରେ ବିଶ୍ରାମ ଦିଆଯିବ । ଏହି କାରଣରୁ କେ.ଏଲ୍‌ ରାହୁଲ ଅଧିନାୟକତ୍ୱ ପାଇପାରିବେ, କାରଣ ତାଙ୍କୁ ଅଷ୍ଟ୍ରେଲିଆର ସୀମିତ ଓଭର ଗସ୍ତ ପାଇଁ ଦଳର ଉପ-ଅଧିନାୟକ କରାଯାଇଥିଲା ଏବଂ ସେ ନିଜ ଦାୟିତ୍ୱ ସଠିକ ଭାବରେ ତୁଲାଇଥିଲେ ।
ଟି -୨୦ ବିଶ୍ୱକପ ୨୦୨୧ ପରେ ନ୍ୟୁଜିଲ୍ୟାଣ୍ଡ ଭାରତ ଗସ୍ତରେ ଆସିବ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜ୍‌ ଏବଂ ପରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ହେବ । ଟି-୨୦ ସିରିଜର ପ୍ରମୁଖ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯିବ ବୋଲି କୁହାଯାଉଛି । ନଭେମ୍ବର ୧୭ ରୁ ଟି -୨୦ ସିରିଜ୍‌ ଆରମ୍ଭ ହେବ । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଜୟପୁରରେ ପ୍ରଥମ ମ୍ୟାଚ୍‌ ଖେଳିବେ । ଦ୍ୱିତୀୟ ମ୍ୟାଚ୍‌ ନଭେମ୍ବର ୧୯ ରେ ରାଞ୍ଚିରେ ଖେଳାଯିବ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍‌ ନଭେମ୍ବର ୨୧ ରେ କୋଲକାତାରେ ଖେଳାଯିବ । ଏଥି ସହିତ କାନପୁରରେ ପ୍ରଥମ ଟେଷ୍ଟ ନଭେମ୍ବର ୨୫ ରୁ ୨୯ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ ରୁ ୭ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ ।

hiranchal ad1
Leave A Reply

Your email address will not be published.

11 − four =