ଦୁବାଇ : ଆଇପିଏଲ୍ ୨୦୨୧ ର ଦ୍ୱିତୀୟ ପର୍ଯ୍ୟା ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ କ୍ରିକେଟ୍ ପ୍ରଶଂସକମାନେ ଷ୍ଟାଡିୟମକୁ ଯାଇ ମ୍ୟାଚ୍ ଉପଭୋଗ କରିପାରିବେ । ଏ ବିଷୟରେ ବିସିସିଆଇ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ବିପଦକୁ ଦୃଷ୍ଟିରେ ରଖି ଷ୍ଟାଡିୟମରେ ପ୍ରଶଂସକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ବିସିସିଆଇ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଶଂସକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । ଆଇପିଏଲ୍ ମ୍ୟାଚ୍ ପାଇଁ ଟିକେଟ୍ ଅଫିସିଆଲ୍ ୱେବସାଇଟ୍ www.iplt20.com ରେ ଉପଲବ୍ଧ ହେବ ।