ଧୋନିଙ୍କ ସପକ୍ଷରେ ଏଭଳି ମତ ଦେଲେ ମହମ୍ମଦ କୈଫ

0 70

ନୂଆଦିଲ୍ଲୀ : ଗତ କିଛି ମାସ ହେଲା ମହେନ୍ଦ୍ର ସିଂ ଧୋନିଙ୍କ ସଂପର୍କରେ କେତେକ ପୂର୍ବତନ କ୍ରିକେଟର ଓ ଖେଳୁଥିବା କ୍ରିକେଟର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ଆସୁଛନ୍ତି । କେତେଜଣ ତାଙ୍କର ଫିଟନେସ୍ ନେଇ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସେ ସଂପୂର୍ଣ୍ଣ ଅବସର ନେଇଯିବା ସମୟ ଆସିଛି । ଆଉ କେତେକ କହୁଛନ୍ତି ଯେ, ଏହା ଧୋନିଙ୍କର ବ୍ୟକ୍ତିଗତ ବ୍ୟାପାର । ନିଷ୍ପତ୍ତି ତାଙ୍କ ଉପରେ ଛାଡ଼ି ଦିଆଗଲା । ଆଉ କେତେକ କ୍ରିକେଟର ଓ ସମୀକ୍ଷକ ମତ ଦେଉଛନ୍ତି ଯେ, ଧୋନିଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ । ଏଭଳି ଚର୍ଚ୍ଚା ଭିତରେ କ୍ରିକେଟର ମହମ୍ମଦ କୈଫ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେଥିରେ ସେ ଧୋନିଙ୍କ ପାଇଁ ଦୃଢ଼ ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି ଯେ, ଏମିତି ତରବରିଆ ଭାବରେ ଧୋନିଙ୍କୁ ଉପେକ୍ଷା କରାନଯାଉ । ମୁଁ ଏକଥା ଜୋର ଦେଇ କହିବି ଯେ, ଭାରତୀୟ କ୍ରିକେଟରେ ବର୍ତ୍ତମାନ ସୁଦ୍ଧା ଧୋନିଙ୍କର ବିକଳ୍ପ ନାହାନ୍ତି । କୈଫଙ୍କର ଏହି ବୟାନ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଏକ ୱେବସାଇଟ୍‌କୁ ସାକ୍ଷାତକାର ଦେବା ଅବସରରେ କୈଫ କହିଛନ୍ତି ଯେ, ମୁଁ ଯେତେବେଳେ ଦେଓଧର ଟ୍ରଫି ପାଇଁ ସେଣ୍ଟ୍ରାଲ୍ ଜୋନ୍‌ର ଅଧିନାୟକ ଭାବେ ଖେଳୁଥିଲି, ସେତେବେଳେ ଧୋନିଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲି । ସେ ସେତେବେଳେ ଇଷ୍ଟ ଜୋନ୍ ପାଇଁ ଖେଳୁଥିଲେ । ଧୋନି ଅନ୍ତର୍ଜାତୀୟ ପଦାର୍ପଣ କରିବାର ଦୁଇ ବର୍ଷ ତଳର କଥା । ସେ ସେତେବେଳେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିଲେ । ଆମ ଦଳ ୩୬୦ ରନ୍ କରିଥିଲା । ଆମେ ନିଶ୍ଚିତ ଥିଲୁ ଯେ, ଆମେ ଧୋନିଙ୍କୁ ପ୍ରତିହତ କରିପାରିବୁ । ସେତେବେଳେ ସେ ୪୦-୫୦ ବଲରୁ ୮୦ରୁ ୮୫ ରନ୍ ସଂଗ୍ରହ କରିଥିଲେ । ତାଙ୍କ ବ୍ୟାଟିଂ ଦେଖି ମୁଁ ନିଶ୍ଚିତ ହୋଇଯାଇଥିଲି ଯେ, ଧୋନି ଆଗାମୀ ଦିନରେ ଜଣେ ସଫଳ ଓ ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ୍ ହୋଇ ଉଭା ହେବେ । ମୋ ଜାଣିବାରେ ଧୋନିଙ୍କ ଭଳି ୱିକେଟ୍ କିପର ବାହାରିବା ଏତେ ସହଜ ନୁହେଁ । କହିବାକୁ ଗଲେ ୱିକେଟ୍ କିପର ଦୃଷ୍ଟିରୁ ଭାରତୀୟ କ୍ରିକେଟରେ ତାଙ୍କର କେହି ବିକଳ୍ପ ନାହାନ୍ତି ବୋଲି କୈଫ କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 + 12 =