ନୂଆଦିଲ୍ଲୀ : ଦୁଇଥରର ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରହିଥିବା ଭାରତର ପୂର୍ବତନ ଷ୍ଟାର ଅଲ୍ରାଉଣ୍ଡର ଦେଶବାସୀଙ୍କୁ ବଡ଼ ଖୁସି ଖବର ଭେଟି ଦେବାକୁ ଯାଉଛନ୍ତି । ସିକ୍ସର କିଙ୍ଗ୍ ଭାବେ ପରିଚିତ ଯୁବରାଜ ଖୁବ୍ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏକଥା ଯୁବରାଜ ନିଜେ ଖୁଲାସା କରି କହିଛନ୍ତି । ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ କେଭିନ୍ ପିଟରସନଙ୍କ ସହ ଇନଷ୍ଟାଗ୍ରାମ ଲାଇଭରେ ଯୁବରାଜ ବାପା ହେବା ନେଇ ଇସାରା ଦେଇଛନ୍ତି ।
ଯୁବରାଜ କହିଥିଲେ, ବର୍ତ୍ତମାନ ମୁଁ ମୋ ପରିବାର ସହ ସମୟ ବିତାଉଛି । ବିଶେଷକରି ଅଧିକାଂଶ ସମୟ ପାର୍କରେ ବିତାଉଛି । ଆଶା କରୁଛି ଖୁବ୍ଶୀଘ୍ର ବାପା ହେବି । ବାପା ହେବା ପରେ କୋଚିଂ କ୍ଷେତ୍ରରେ ପାଦ ଥାପିବି । ଯଦି କୋଚିଂ ନଦେଲି, ତା’ହେଲେ କମେଣ୍ଟ୍ରିି କରିବି ବୋଲି ଯୁବରାଜ ପିଟସନଙ୍କୁ କହିଥିଲେ । କୋଚ୍ ହେବା ନେଇ ଯୁବରାଜ ଆହୁରି କହିଥିଲେ, ମୁଁ କ୍ରିକେଟରଙ୍କ ମାନସିକତା ଉପରେ କାମ କରିବାକୁ ଚାହେଁ । କମେଣ୍ଟ୍ରିରୁ ଅଧିକ କୋଚିଂ ଦେବା ଉପରେ ମୋର ଅଧିକ ଆଗ୍ରହ ରହିଛି । ଏହା ପୂର୍ବରୁ ମଧ୍ୟ ୨୦୧୮ରେ ଯୁବରାଜ ବାପା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସୂଚନାଯୋଗ୍ୟ, ଯୁବରାଜ ୨୦୧୬ରେ ବଲିଉଡ୍ ଅଭିନେତ୍ରୀ ହେଜଲ କିଚଙ୍କୁ ବିବାହ କରିଥିଲେ । ଏହାପରଠାରୁ ଦୁହେଁ ସର୍ବଦା ଲାଇମଲାଇଟରେ ରହିଆସୁଛନ୍ତି । ଯୁବରାଜ ମଧ୍ୟ ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍ ଏବଂ ଆଇପିଏଲ୍ରୁ ମଧ ସନ୍ନ୍ୟାସ ଘୋଷଣା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post