ଅସହାୟଙ୍କୁ ଖାଦ୍ୟ ଓ ମାସ୍କ ବାଣ୍ଟିଲେ ସାମି

0 71

ନୂଆଦିଲ୍ଲୀ : ଲକ୍‌ଡାଉନ୍ ଯୋଗୁଁ ଅସୁବିଧାରେ ଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ ସାମି । ଲକ୍‌ଡାଉନ୍ ସମୟରେ ବର୍ତ୍ତମାନ କୌଣସି କ୍ରିକେଟ୍ କାର୍ଯ୍ୟକ୍ରମ ନାହିଁ । ତେଣୁ ସେ ଏହି କାମକୁ ଲୋକଙ୍କ ସେବାରେ ନିୟୋଜିତ କରିଥିଲେ । ଉତ୍ତରପ୍ରଦେଶର ବିଭିନ୍ନ ରାସ୍ତାରେ ଓ ଜାତୀୟ ରାଜପଥରେ ବହୁ ଶ୍ରମିକ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି । ବହୁ ଶ୍ରମିକ ବସ୍ ଯୋଗେ ଯାଉଛନ୍ତି । ଆଉ କେତେକ ଶ୍ରମିକ ଚାଲିଚାଲି ଯାଉଛନ୍ତି । ଶ୍ରମିକମାନଙ୍କର ଏଭଳି ଦୟନୀୟ ସ୍ଥିତି ସାମିଙ୍କୁ ବ୍ୟଥିତ କରିଛି । ସେମାନଙ୍କ ଦୁଃଖକୁ ଆଖି ଆଗରେ ରଖି ସେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ପ୍ରାୟ ୨୦୦ରୁ ଅଧିକ ଲୋକଙ୍କୁ ସେଓ, କଦଳୀ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଦେଉଛନ୍ତି । ତା\’ସହ ସେମାନଙ୍କୁ ମାସ୍କ ମଧ୍ୟ ଯୋଗାଇ ଦେଉଛନ୍ତି । ଉତ୍ତରପ୍ରଦେଶର ଆମରୋଭା ନିକଟରେ ଜାତୀୟ ରାଜପଥରେ ଟେଷ୍ଟ ବାନ୍ଧି ବହୁ ଶ୍ରମିକ ରହୁଛନ୍ତି । ସେମାନଙ୍କୁ ସାମି ସାମର୍ଥ୍ୟମତେ ନିୟମିତ ଭାବେ ଖାଇବା ସାମଗ୍ରୀ ଓ ପିଇବା ପାଣି ଯୋଗାଇ ଦେଉଛନ୍ତି । ଯାହା ଶ୍ରମିକମାନଙ୍କୁ ଯଥେଷ୍ଟ ଆଶ୍ୱସ୍ତି ଦେଉଛି । ସାମିଙ୍କର ଏଭଳି କାର୍ଯ୍ୟକୁ ବିସିସିଆଇ ଖୁବ୍ ପ୍ରଶଂସା କରିଛି ।

hiranchal ad1
Leave A Reply

Your email address will not be published.

three × 4 =