ପିଚ୍‌କୁ କାହାକୁ ସୁହାଇଲା ଭଳି କରାଯିବା ଅନୁଚିତ୍‌: ଦଲଜୀତ୍‌

0 293

ନୂଆଦିଲ୍ଲୀ : ପିଚ୍ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଓ ସ୍ୱାଭାବିକ ହେବା ଉଚିତ୍ । କାହାକୁ ଆଖିଆଗରେ ରଖି ଏହାକୁ ପ୍ରସ୍ତୁତ କରାଯିବା ଠିକ୍ ନୁହେଁ । ସ୍ପିନର, ପେସର ଏପରିକି ବ୍ୟାଟ୍ସମ୍ୟାନ୍ ହୁଅନ୍ତୁନା କାହିଁକି, କାହାକୁ ବି ସୁହାଇଲା ଭଳି ପିଚ୍ ପ୍ରସ୍ତୁତ କରାଯିବା ଆଦୌ ଏକ ଉଚିତ୍ କାର୍ଯ୍ୟ ହେବନାହିଁ । ଏଭଳି ମତ ଦେଇଛନ୍ତି ବିସିସିଆଇର ପୂର୍ବତନ ଗ୍ରାଉଣ୍ଡ ଓ ପିଚ୍ କମିଟି ମୁଖ୍ୟ ଦଲଜୀତ୍ ସିଂହ । ଦଲଜୀତ୍ ରଣଜୀ ଟ୍ରଫିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିଲେ । ବିହାର ଦଳର ସେ କୋଚ୍ ଥିଲେ । ତା\’ଛଡ଼ା ଦୀର୍ଘଦିନ ଧରି ଗ୍ରାଉଣ୍ଡ ଓ ପିଚ୍ କମିଟିର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୭୫-ବର୍ଷୀୟ ଦଲଜୀତ୍ ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ, ପିଚ୍‌କୁ ନେଇ ଆଗକୁ ଅନେକ ଚ୍ୟାଲେଞ୍ଜ୍ ରହିଛି । କାରଣ ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ଷ୍ଟାଡ଼ିୟମ ଆଉ ପୂର୍ବଭଳି ବ୍ୟବହୃତ ହେଉନାହିଁ । ପଡ଼ିଆରେ ଘାସ ପ୍ରବଳ ଉଠିଛି । ପଡ଼ିଆର ସୀମା ବାହାରେ ମଧ୍ୟ ଘାସ ବହୁଳଭାବେ ଦେଖିବାକୁ ମିଳିଛି । ବର୍ତ୍ତମାନ କେବଳ ଷ୍ଟାଡ଼ିୟମ ଖୋଲିବା ପାଇଁ ଅନୁମତି ଦିଆଯାଇଛି । କିନ୍ତୁ କୌଣସି ଖେଳ ପାଇଁ ଅନୁମତି ମିଳିନାହିଁ । ଲକ୍‌ଡାଉନ୍ ଶେଷ ହେବା ପରେ ନିଶ୍ଚୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହେବ । ତେବେ ଲକ୍‌ଡାଉନ୍ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ କିଭଳି ହେବ ତାହା ଏକ ବଡ଼ ପ୍ରଶ୍ନ । ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଷ୍ଟାଡ଼ିୟମର ପିଚ୍ । ଏବେ ଆମେ କେତେଜଣ ଅନୁମତି ନେଇ ଷ୍ଟାଡ଼ିୟମକୁ ଯାଉଛୁ ଏବଂ ନିଜେ ମାଳିକାମ କରୁଛୁ । ଅର୍ଥାତ୍ ନିଜେ ହିଁ ପିଚ୍‌ର ରକ୍ଷଣାବେକ୍ଷଣ କରୁଛୁ । ଆଇସିସି ଏପର୍ଯ୍ୟନ୍ତ ଲକ୍‌ଡାଉନ୍ ପରବର୍ତ୍ତୀ କ୍ରିକେଟ୍ ନେଇ କୌଣସି ନିୟମ ପ୍ରସ୍ତୁତ କରିନାହିଁ । ତଥାପି ଆମକୁ ଯେକୌଣସି ସମୟ ଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 1 =