ଜାଣନ୍ତୁ,ଧୋନୀଙ୍କୁ ଦେଖି ଶାସ୍ତ୍ରୀ କାହିଁକି ଚିଲାଇଥିଲେ

0 61

ନୂଆଦିଲ୍ଲୀ,୧୦/୪ : ବହୁ ଦିନ ତଳେ ଏକ ମଜାଜାର ଘଟଣା ଘଟିଥିଲା । ସେତେବେଳେ ଭାରତ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ ଖେଳୁଥିଲା ଏବଂ ସେଥିରେ ମହେନ୍ଦ୍ର ସିଂ ଧୋନୀ ସାମିଲ ଥିଲେ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ହଠାତ ଧୋନୀ ଉପରେ ଚିଲାଇ ଉଠାଇଥିଲେ । ସେତେବେଳେ ସେ କାହିଁକି ଏମିତି କରିଥିଲେ,ତାହା ଏବେ ପ୍ରକାଶ କରିଛନ୍ତି । ଷ୍ଟାର ସ୍ପୋର୍ଟସ ସହ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ଧୋନୀ ଜଣେ ଅନୁଭବୀ ଖେଳାଳି । ସେ ଦଳ ପାଇଁ ଆସେଟ । ଫୁଟବଲ ତାଙ୍କର ଭାରି ପସନ୍ଦ । ଅତି ତୀବ୍ରତାର ସହ ସେ ଫୁଟବଲ ଖେଳନ୍ତି । କିନ୍ତୁ କୌଣସି କ୍ରିକେଟ ମ୍ୟାଚ ପୂର୍ବରୁ ସେ ଫୁଟବଲ ନ ଖେଳନ୍ତୁ ବୋଲି ଚାହେଁ । କିନ୍ତୁ ପାକ୍‌ ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ମୁଁ ଧୋନୀଙ୍କୁ ଫୁଟବଲ ଖେଳୁଥିବା ଦେଖିବାକୁ ପାଇଥିଲି । ତେଣୁ ଜୋରରେ ଚିଲାଇ ଉଠିଥିଲି ବୋଲି ଶାସ୍ତ୍ରୀ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ ଆଇପିଏଲର ଏହି ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଧୋନୀ ଖେଳୁଛନ୍ତି,କିନ୍ତୁ କ୍ୟାପଟେନସିପ କାରୁନାହାନ୍ତି । ଏପର୍ଯ୍ୟନ୍ତ ଚେନ୍ନାଇ ବିଜୟ ଆକାଉଣ୍ଟ ଖୋଲିନାହିଁ । ୨୦୨୧ ପର୍ଯ୍ୟନ୍ତ ଦଳର ମଙ୍ଗ ଧୋନିଙ୍କ କାନ୍ଧରେ ଥିଲା । ଧୋନି ତାଙ୍କ ଅଧିନାୟକତ୍ୱରେ ଦଳକୁ ଚାରିଥର ଚାମ୍ପିଅନ୍‌ କରିଥିଲେ । ଧୋନି କେବଳ ଆଇପିଏଲର ନୁହେଁ ବରଂ ଭାରତୀୟ ଦଳର ଅନ୍ୟତମ ସଫଳ ଅଧିନାୟକ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

4 + twelve =