ପାରାଅଲିମ୍ପିକ୍ସ ଖେଳିବ ନାହିଁ ଆଫଗାନିସ୍ତାନ

0 61


କାବୁଲ: ପାରାଅଲିମ୍ପିକ୍ସରେ ଭାଗ ନେଇ ପାରିବ ନାହିଁ ଆଫଗାନିସ୍ତାନ । ପାରାଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଆଫଗାନ ଖେଳାଳିଙ୍କ ସ୍ୱପ୍ନ ଚୁରମାର ହୋଇଯାଇଛି । ଅର୍ନ୍ତଜାତୀୟ ଅଲିମ୍ପିକ୍ସ କମିଟିର ସଭାପତି କହିଛନ୍ତି ଯେ ଦୁଃଖରେ ସହ କହୁଛି କି ଆଫଗାନିସ୍ତାନ ଚଳିତ ପାରାଅଲିମ୍ପିକ୍ସରେ ଭାଗ ନେଇପାରିବ ନାହିଁ । ଆଇପିସି ସଭାପତି କହିଛନ୍ତି କି ଆଫଗାନିସ୍ତାନରେ କୌଣସି କମରସିଆଲ ଫ୍ଲାଇଟ ନାହିଁ । ଆଉ ବର୍ତ୍ତମାନ ସ୍ଥିତିରେ ଆମେ ସମସ୍ତେ କାବୁଲ ଏୟାରପୋର୍ଟର ସ୍ଥିତି ଦେଖୁଛୁ । ଏଭଳି ସ୍ଥିତିରେ ଖେଳାଳି ମାନଙ୍କୁ ଟୋକିଓ ଆଣିବା ପାଇଁ କୌଣସି ସୁରକ୍ଷିତ ବ୍ୟବସ୍ଥା କରାଯାଇ ପାରିବ ନାହିଁ ।
ଟାଏକୋଣ୍ଡୋ ଆଥଲେଟ୍ ଜାକିଆ ଖୁଦାଡି ପାରାଅଲିମ୍ପିକ୍ସରେ ଆଫଗାନିସ୍ତାନକୁ ପ୍ରତିନିଧିତ୍ୱ କରିଥିବା ପ୍ରଥମ ମହିଳା ପାରାଅଲିମ୍ପିକ୍ସ ଆଥଲେଟ୍ ହୋଇଥାନ୍ତେ, କିନ୍ତୁ ସେ ଆଉ ପ୍ରତିଦ୍ୱନ୍ଦୀତା କରିପାରିବେ ନାହିଁ । ଏନେଇ ଖୁଦାଡି ଏକ ଭିଡିଓ ବାର୍ତ୍ତା ମଧ୍ୟମରେ ସାହାର୍ଯ୍ୟ ମାଗିଛନ୍ତି । ତେବେ ଏହି ଭିଡିଓ ସଂର୍ପକରେ ଆଇପିସି ସଭାପତି କହିଛନ୍ତି କି ମୁଁ ସେହି ଭିଡିଓ ବାର୍ତ୍ତା ଦେଖିଛି । ଆଫଗାନିସ୍ତାନରେ ସଂଘର୍ଷ ପାଇଁ ଆମର ଜଣେ ଖେଳାଳିଙ୍କ ସ୍ୱପ୍ନ ଭାଙ୍ଗି ଯାଉଛି । ଏହା ନିହାତି ଭାବରେ ଏକ ଦୁଃଖଦ କଥା । ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତିକୁ ଦେଖି ପାର୍ସନ୍ସ କହିଛନ୍ତି, ‘ଏହା ଖେଳଠାରୁ ବଡ ଅଟେ। ଆଫଗାନିସ୍ତାନରେ ଆମେ ସର୍ବପ୍ରଥମେ ଏକ ରାଷ୍ଟ୍ର ଭାବରେ ଏବଂ ମାନବ, ବିଶେଷକରି ସେହି ଦେଶର ମହିଳାମାନଙ୍କ ସହିତ ଚିନ୍ତିତ । ମୁଁ ଭାବୁଛି ପ୍ରଥମେ, ଦେଶ ନିଜକୁ ପରିଭାଷିତ କରିବା ଆବଶ୍ୟକ ।

hiring

hiranchal ad1
Leave A Reply

Your email address will not be published.

16 + 3 =