୨୫ରୁ କଟକରେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

0 67

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୫ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ଏକ ମେଗା ବ୍ୟାଡମିଣ୍ଟନ ଇଭେଣ୍ଟ ଅନୁଷ୍ଠିତ ହେଉଛି । ୨୫ରୁ କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବ ବିଡବ୍ଲ୍ୟୁଏଫ୍‌ ଓଡିଶା ଓପନ ଟୁର୍ଣ୍ଣାମେଣ୍ଟ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଯେଉଁଥିରେ ସାରା ବିଶ୍ୱର ୩୫୦ ଜଣ ବଛା ବଛା ବ୍ୟାଡମିଣ୍ଟନ ଖେଳାଳି ଅଂଶଗ୍ରହଣ କରିବେ । ହାଇଦ୍ରାବାଦ ଓପନ ବନ୍ଦ ହେବା ପରେ ଚଳିତ ବର୍ଷଠୁ ଓଡିଶା ଓପନ ଆରମ୍ଭ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ କଟକର ଜବହାରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ରାଶି ୫୫ରୁ ୬୦ ଲକ୍ଷ ଟଙ୍କା ରହିଛି । ଆସନ୍ତା ୨୦ ତାରିଖରେ କେଉଁ ଦେଶରୁ କେତେ ଖେଳାଳି ଆସିବେ, ତା’ର ଚୁଡାନ୍ତ ତାଲିକା ପ୍ରକାଶ ପାଇବ । କୋଭିଡ ପାଇଁ ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ସାଇନା ନେହୱାଲ ଏବଂ ପି. କଶ୍ୟପଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳିବ । ଭାରତ ସହ ମାଲେସିଆ, ଥାଇଲାଣ୍ଡ, ଜାପାନ, ଶ୍ରୀଲଙ୍କା, ବାଲାଂଦେଶ ଭଳି ୧୯ଟି ଦେଶର ଖେଳାଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

hiranchal ad1
Leave A Reply

Your email address will not be published.

eighteen + one =