ଟେନିସ୍‌ରୁ ଆଶ୍ଲେ ବାର୍ତିଙ୍କ ସନ୍ନ୍ୟାସ ଘୋଷଣା

0 159

ନୂଆଦିଲ୍ଲୀ,୨୩/୩ : ମହିଳା ଟେଡ଼ିସ ଜଗତକୁ ଆଜି ସ୍ତବ୍ଧ କରିଛନ୍ତି ଆଶ୍ଲେ ବାର୍ଟି । ସେ ଅଚାନକ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତିର କାରଣ ବି ସେ କହିଛନ୍ତି । ନିକଟରେ ଆଶ୍ଲେ ଅଷ୍ଟ୍ରେଲିଆ ଓପନ ଭାବେ ନିଜର ତୃତୀୟ ଗ୍ରାଣ୍ଡ ସ୍ଲାମ ଜିତିଥିଲେ । ବିଶ୍ୱରେ ଏକ ନମ୍ବର ସ୍ଥାନରେ ଥାଇ ବି ୨୫ ବର୍ଷୀୟ ଆଶ୍ଲେ ସନ୍ନ୍ୟାସ ଘୋଷଣା କରି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛନ୍ତି । ସେ ନିଜର ଇନଷ୍ଟାଗ୍ରାମରେ ଛଅ ମିନିଟ୍‌ର ଭିଡିଓ ସେୟାର କରି ବୁଧବାର ଏହାର ଘୋଷଣା କରିଛନ୍ତି । ଏହି ସମୟରେ ସେ ବହୁତ ଭାବୁକ ଜଣା ପଡୁଥିଲେ । ବାର୍ଟି କହିଛନ୍ତି, ମୁଁ ବହୁତ ଖୁସି ଯେ, ମୁଁ ଅବସର ନେବାକୁ ପ୍ରସ୍ତୁତ । ମୁଁ ବର୍ତ୍ତମାନ କେବଳ ନିଜ ହୃଦୟ କଥା ଶୁଣୁଛି ଏବଂ ମୁଁ ଜାଣିଛି ଏହା ମୋ ପାଇଁ ସଠିକ୍‌ ନିଷ୍ପତ୍ତି । ଏବେ ଅନ୍ୟ ସ୍ୱପ୍ନକୁ ସାକାର କରିବା ପାଇଁ ସମୟ ଆସି ଯାଇଛି । ମୋ ଭିତରେ ସେହି ଶାରୀରିକ ଏବଂ ଇଚ୍ଛା ଶକ୍ତି ନାହିଁ, ଯାହା ସବୁ ସ୍ତରରେ ନିଜକୁ ଚ୍ୟାଲେଞ୍ଜ କରିବା ପାଇଁ ଆବଶ୍ୟକ ରହିଥାଏ । ଉଲ୍ଲେଖଯୋଗ୍ୟ ଯେ ୨୦୧୧ରେ ୧୫ ବର୍ଷ ବସୟରେ ସେ ୱିମ୍ବିଲଣ୍ଡନ ଜୁନିୟର ଚାମ୍ପିଅନ ହୋଇଥିଲେ । ତାଙ୍କ କ୍ୟାରିୟର ଆଗକୁ ବଢୁଥିଲା । ମାତ୍ର ସେ ୨୦୧୪ରେ ଥକାପଣ, ଚାପ ଏବଂ ଲମ୍ବା ଯାତ୍ରା କାରଣରୁ ଦୁଇ ବର୍ଷ ଯାଏଁ ଟେନିସରୁ ଦୂରେଇ ରହିଥିଲେ । ମାତ୍ର ପୁଣି ଥରେ ରାକେଟ୍‌ ଧରି ଟେନିସ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ବାର୍ଟି ତିନୋଟି ଭିନ୍ନ ଭିନ୍ନ କୋର୍ଟରେ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ସେ ୨୦୧୯ରେ ଫ୍ରେଞ୍ଚ ଓପନ, ଗତ ବର୍ଷ ଗ୍ରାସ କୋର୍ଟରେ ୱିମ୍ବଲଣ୍ଡନ ଏବଂ ଚଳିତ ବର୍ଷ ହାର୍ଡ କୋର୍ଟରେ ଅଷ୍ଟ୍ରେଲିଆ ଓପନ ଜିତିଛନ୍ତି । ସେ ଗତ ୪୪ ବର୍ଷରେ ଅଷ୍ଟ୍ରେଲିଆ ଓପନ ଜିତିବାରେ ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ହେବାର ରେକର୍ଡ କରିଥିଲେ । ଏହା ବ୍ୟତୀତ ତାଙ୍କ ନାମରେ ୧୨ ଡବଲ୍ସ ଟାଟଇଲ୍‌ ଜିତିବାର ରେକର୍ଡ ରହିଛି । ସେ ମୋଟ୍‌ ୧୨୧ ସପ୍ତାହ ପର୍ଯ୍ୟନ୍ତ ବିଶ୍ୱରେ ଏକ ନମ୍ବର ମହିଳା ଟେନିସ୍‌ ରହିଥିଲେ ।

hiranchal ad1
Leave A Reply

Your email address will not be published.

17 − 9 =