ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା: ଏହି ଖେଳାଳିଙ୍କ ଉପରେ ଝୁଲୁଛି ଖଣ୍ଡା

0 71

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ପ୍ରତିବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ବାର୍ଷିକ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଥାଏ । ଏଥର ମଧ୍ୟ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରାଯିବ, କିନ୍ତୁ ଏହାପୂର୍ବରୁ ଖବର ଆସୁଛି ଯେ ଭାରତୀୟ ଦଳର ବରିଷ୍ଠ ଖେଳାଳି ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କ ପତ୍ତା କଟିପାରେ । ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେ ବର୍ତ୍ତମାନ ବିସିସିଆଇର ଚୁକ୍ତିରେ ଗ୍ରୁପ୍‌ ଏରେ ଅନ୍ତର୍ଭୁକ୍ତ, କିନ୍ତୁ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ବିଚାରକୁ ନେଇ ବୋର୍ଡ ସେମାନଙ୍କୁ ହଟାଇ ଦେଇପାରେ । ଏହା ବ୍ୟତୀତ, ଏପରି ଦୁଇଟି ନାମ ଅଛି, ଯେଉଁମାନଙ୍କୁ ଏ + ବର୍ଗରେ ଅନ୍ତର୍ଭୁକ୍ତ କରାଯାଇପାରେ ।
ବିସିସିଆଇ ଚୁକ୍ତିନାମାକୁ ଚାରି ଭାଗରେ ବିଭକ୍ତ କରିଛି, ଯେଉଁଥିରେ ଇ +, ଏ, ବି ଏବଂ ସି ବର୍ଗ ଅନ୍ତର୍ଭୁକ୍ତ । ସମ୍ପ୍ରତି ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍ରା ଏ ପ୍ଲସ ଶ୍ରେଣୀରେ ଅଛନ୍ତି । କିନ୍ତୁ ବୋର୍ଡ କେ.ଏଲ୍‌ ରାହୁଲ ଏବଂ ଭବିଷ୍ୟତର ଅଧିନାୟକ କୁହାଯାଉଥିବା ଋଷଭ ପନ୍ତଙ୍କୁ ଏହି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛି । ବିସିସିଆଇ ବାର୍ଷିକ ଏ + ବର୍ଗ ଖେଳାଳୀଙ୍କୁ ୭ କୋଟି, ଏ ବର୍ଗ ଖେଳାଳୀଙ୍କୁ ୫ କୋଟି, ବି ବର୍ଗ ଖେଳାଳିଙ୍କୁ ୩ କୋଟି ଏବଂ ସି ବର୍ଗ ଖେଳାଳିଙ୍କୁ ୧ କୋଟି ପ୍ରଦାନ କରିଥାଏ । ଏହାକୁ ବୋର୍ଡ ଅଧିକାରୀ, ପାଞ୍ଚଜଣ ଚୟନକର୍ତ୍ତା ଏବଂ ମୁଖ୍ୟ ପ୍ରଶିକ୍ଷକ ମନୋନୀତ କରିଛନ୍ତି ।
ବିସିସିଆଇ ସହ ଏବେ ୨୮ଜଣ ଖେଳାଳି ଅନୁବନ୍ଧିତ ଅଛନ୍ତି । ଏହି ପୁରୁଣା ତାଲିକାରେ ଅଧିକ ପରିବର୍ତ୍ତନ ହେବ ନାହିଁ । ତଥାପି, କିଛି ଖେଳାଳିଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ କିଛି ଖେଳାଳି ମଧ୍ୟ ଏଥିରେ ସ୍ଥାନ ପାଇପାରିବେ ବୋଲି ଜଣାପଡିଛି । ବିସିସିଆଇର ଏକ ସୂତ୍ର ପିଟିଆଇକୁ କହିଛି ଯେ, ରୋହିତ, କୋହଲି ଏବଂ ବୁମ୍ରା ତିନିଜଣ ଜରୁରୀ ଖେଳାଳି ହୋଇଥିବାରୁ ଏ + ବର୍ଗରେ ରହିବେ, କିନ୍ତୁ ବର୍ତ୍ତମାନ ରାହୁଲ ଏବଂ ପନ୍ତ ଧୀରେ ଧୀରେ ନିଜକୁ ସବୁ-ଫର୍ମାଟ୍‌ ରେଗୁଲାର୍‌ ଭାବରେ ଖେଳୁଛନ୍ତି । ସେମାନେ ପଦୋନ୍ନତି ପାଇବେ ବୋଲି କୁହାଯାଇଛିା ସୂତ୍ରରେ କୁହାଯାଇଛି ଯେ, ଚେତେଶ୍ୱର ପୂଜାରା ଓ ରାହାଣେ ଗ୍ରୁପ୍‌ ଏ ଚୁକ୍ତିରୁ ବାଦ ପଡିପାରନ୍ତି । ଯଦି କୋଚ ରାହଲୁ ଦ୍ରାବିଡ ତାଙ୍କୁ ସମ୍ମାନ ଦେଇ ଏହି ଗ୍ରୁପ୍‌ ରଖିପାରନ୍ତି ତେବେ କଥା ଅଲଗା ବୋଲି କୁହାଯାଇଛି । ସେହିପରି ଆହତ ସମସ୍ୟା ଦେଇ ଗତି କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ୍ତ ଶର୍ମାଙ୍କ ମୁଣ୍ଡ ଉପରେ ମଧ୍ୟ ଖଣ୍ଡା ଝୁଲୁଛି । ଗ୍ରୁପ୍‌ ବି ଖେଳାଳି ଶାର୍ଦ୍ଦୁଲ ଠାକୁର ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଗ୍ରୁପ୍‌ ଏ ସ୍ଥାନ ମିଳିପାରେ । ସେହିପରି ଶୁଭମାନ ଗିଲ ଓ ହନୁମା ବିହାରୀଙ୍କ ମଧ୍ୟ ଉନ୍ନତି ଘଟିପାରେ । ଅନ୍ୟ ପକ୍ଷରେ ଯୁବ ଅଲରାଉଣ୍ଡର ଭେଙ୍କଟେଶ ଆୟର ଓ ହର୍ଷଲ ପଟେଲଙ୍କୁ ଗ୍ରୁପ୍‌ ସି ରେ ସାମିଲ କରାଯାଇପାରେ ବୋଲି କୁହାଯାଇଛି ।

hiring

+ ବର୍ଗ – ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍ରା
ବର୍ଗ ଏ – ଆର ଅଶ୍ୱିନ୍‌, ରବିନ୍ଦ୍ର ଜାଡେଜା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଶିଖର ଧାୱନ, କେ.ଏଲ୍‌ ରାହୁଲ, ମହମ୍ମଦ ଶାମି, ଇଶାନ୍ତ ଶର୍ମା, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା
ବର୍ଗ ବି – ରିଦ୍ଧିମାନ ସାହା, ଉମେଶ ଯାଦବ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର ଏବଂ ମୟଙ୍କକ ଅଗ୍ରୱାଲ
ର୍ଗ ସି – କୁଲଦୀପ ଯାଦବ, ନବଦୀପ ସାଇନି, ଦୀପକ ଚହର, ଶୁବମାନ ଗିଲ, ହନୁମା ବିହାରୀ, ଅକ୍ଷର ପଟେଲ, ଶ୍ରେୟସ ଆୟର, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ସିରାଜ

hiranchal ad1
Leave A Reply

Your email address will not be published.

18 + sixteen =