ବିସିସିଆଇ ଘୋଷଣା କଲା ୨୦୨୧-୨୨ ପାଇଁ କ୍ରୀଡାସୂଚୀ : ସେପ୍ଟେମ୍ବର ୨୦ରୁ ଘରୋଇ ଟୁର୍ଣ୍ଣାମେଣ୍ଟ , ଜାନୁୟାରୀ ୫ରୁ ରଣଜୀ ଟ୍ରଫି

0 145

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟ୍‌ ପାଇଁ ଏକ ନୂତନ କାର୍ଯ୍ୟସୂଚୀ ପ୍ରକାଶ କରିଛି ଯେଉଁଥିରେ ଆସନ୍ତା ବର୍ଷ ଆରମ୍ଭରେ ରଣଜୀ ଟ୍ରଫି ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ କରୋନା ମହାମାୀ କାରଣରୁ ରଣଜୀ ଟ୍ରଫି ଆୟୋଜିତ ହୋଇପାରି ନଥିଲା, କିନ୍ତୁ ଏଥର ବିସିସିଆଇ ଦେଶର ସବୁଠୁ ବଡ ଘରୋଇ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହୋଇଛି । ଆସନ୍ତା ବର୍ଷ ଜାନୁୟାରୀ ୫ ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ରଣଜୀ ଟ୍ରଫି ଅନୁଷ୍ଠିତ ହେବ ।
ଘରୋଇ ଋତୁ ୨୦ ସେପ୍ଟେମ୍ବରରେ ମହିଳା ଏବଂ ପୁରୁଷ ଅଣ୍ଡର -୧୯ (ଭିନୋ ମାଂକଡ ଟ୍ରଫି) ସହିତ ଆରମ୍ଭ ହେବ । ଅକ୍ଟୋବର ୨୫ ଏବଂ ୨୬ ରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଣ୍ଡର -୧୯ ଚ୍ୟାଲେଞ୍ଜର୍‌ ଟ୍ରଫି ଆୟୋଜନ କରାଯିବ । ନଭେମ୍ବର ୯ ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଅଣ୍ଡର -୨୫ ରାଜ୍ୟ ରାଜ୍ୟ ଏକଦିବସିଆ ମ୍ୟାଚ ଆରମ୍ଭ ହୋଇଥିବାବେଳେ ସି.କେ ନାଇଡୁ ଟ୍ରଫି (ଗତ ବର୍ଷର ଅଣ୍ଡର -୨୩ ରୁ ବର୍ତ୍ତମାନ ଅଣ୍ଡର -୨୫) ଜାନୁଆରୀ ୬ ରେ ଆରମ୍ଭ ହେବ ଏବଂ ଫାଇନାଲ ଏପ୍ରିଲ ୨ ରେ ଖେଳାଯିବ ।
ବିସିସିଆଇ ସଚିବ ଜୟ ଶାହା ରାଜ୍ୟ ୟୁନିଟକୁ ପଠାଇଥିବା ଚିଠିରେ କହିଛନ୍ତି ଯେ ମହାମାରୀ ଯୋଗୁଁ ଆମ ସମସ୍ତଙ୍କ ପାଇଁ କଷ୍ଟକର ହୋଇପଡିଛି । ଆମ ସମସ୍ତଙ୍କୁ କିଛି କଷ୍ଟଦାୟକ ନିଷ୍ପତ୍ତି ନେବାକୁ ପଡିଲା, ଯାହା ଆମକୁ ଦେଶରେ ପୂର୍ଣ୍ଣକାଳୀନ ଘୋରାଇ ସିଜିନ କରିବାକୁ ଅସମର୍ଥ ହେଉଛୁ । ବିସିସିଆଇ ତରଫରୁ ଆମେ ଆମର ସମସ୍ତ ରାଜ୍ୟ ସଙ୍ଗଠନ, ପ୍ରଶାସକ, ମ୍ୟାଚ୍‌ ଅଧିକାରୀ, କୋଚ୍‌ ଏବଂ ଖେଳାଳିଙ୍କ ଧୌର୍ଯ୍ୟକୁ ଆମେ ଧନ୍ୟବାଦ ଦେଉଛୁ ।
ଶ୍ରେଷ୍ଠ ଖେଳାଳିଙ୍କ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଆଇପିଏଲ ପର୍ଯ୍ୟାୟ -୨ ଶେଷ ହେବା ପରେ ଅକ୍ଟୋବର ୨୭ ରୁ ସୟଦ ମୁସ୍ତାକ ଅଲି ଟ୍ରଫି ଆୟୋଜିତ ହେବ । ଏହି ଟୁର୍ନାମେଣ୍ଟର ଫାଇନାଲ ୨୨ ନଭେମ୍ବରରେ ଖେଳାଯିବ । ଡିସେମ୍ବର ୧ ରୁ ୨୯ ପର୍ଯ୍ୟନ୍ତ ବିଜୟ ହଜାରେ ଟ୍ରଫି ଖେଳାଯିବ, ସିନିୟର ମହିଳା ଦଳ ଅକ୍ଟୋବର ୨୦ ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ପ୍ରଥମ ଜାତୀୟ ଙଊଓ ଟୁର୍ନାମେଣ୍ଟ ଖେଳିବ ।
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ଦଳର ସର୍ବାଧିକ ସଦସ୍ୟ ୩୦ ହେବ । ଏଥିରେ ୨୦ ଖେଳାଳି ଏବଂ କୋଚିଂ ଷ୍ଟାଫ୍‌ ର ୧୦ ଜଣ ସଦସ୍ୟ ସାମିଲ ହେବେ । ରଣଜୀ ଟ୍ରଫି, ବିଜୟ ହଜାରେ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ୩୮ ଟି ଦଳକୁ ୬ ଟି ଦଳରେ ବିଭକ୍ତ କରାଯିବ । ୬-୬ ଟିମର ପାଞ୍ଚଟି ଏଲଟି ଗ୍ରୁପ ଏବଂ ଆଠଟି ଦଳର ଏକ ପ୍ଲେଟ୍‌ ଗ୍ରୁପ୍‌ ରହିବ । ୨୫ ବର୍ଷରୁ କମ୍‌ ବୟସରେ ପ୍ରତ୍ୟେକ ୬ ଟି ଦଳର ପାଞ୍ଚଟି ଏଲ୍‌ଟି ଗ୍ରୁପ ହେବ ଓ ୭ଟି ଟିମକୁ ଏକ ପ୍ଲେଟ୍‌ ଗ୍ରୁପ ହେବ ।

hiranchal ad1
Leave A Reply

Your email address will not be published.

eighteen − 16 =