ରୋଟେସନ ନୀତି ଲାଗୁ କରିପାରେ ବିସିସିଆଇ, ଟିମ୍‌ ଇଣ୍ଡିଆରେ ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ

0 92

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରୁ ବାଦ୍‌ ପଡିବା ପରେ ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ବାୟୋ ବବଲକୁ ନେଇ କଡା ଆଭିମୁଖ୍ୟ ଆପଣେଇଥିଲେ । ସେ କହିଥିଲେ, ଯେଉଁ ଦିନ ଏହି ବବଲ ଫୁଟିବ ସେହିଦିନ ବହୁ କିଛି ସହିବାକୁ ପଡିବ । ରବି ଶାସ୍ତ୍ରୀଙ୍କ ବ୍ୟତୀତ
ଯଶପ୍ରୀତ ବୁମରା, ବିରାଟ କୋହଲିଙ୍କ ପରି ଖେଳାଳି ମଧ୍ୟ ବାୟୋ ବବଲକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ଏବେ ବିସିସିଆଇ ଏହାକୁ ନେଇ ବଳିଷ୍ଠ ପଦକ୍ଷେପ ନେବାକୁ ପ୍ରସ୍ତୁତି କରୁଛି । କାରଣ ମାସ ମାସ ଧରି ବାୟୋ ବବଲରେ ରହିବାରୁ ଖେଳାଳି କ୍ଲାନ୍ତ ହୋଇ ପଡୁଛନ୍ତି ଏବଂ ଏହାର ପ୍ରଭାବ ଖେଳ ଉପରେ ପଡୁଛି । ନିକଟରେ ବିଶ୍ୱକପରେ ଏହାର ପରିଣାମ ଦେଖିବାକୁ ମିଳିଛି । ବିସିସିଆଇ ଏବେ ରୋଟେସନ ପଲିସି ଉପରେ ଜୋର ଦେଉଛି, ଯାହାର ଆରମ୍ଭ ନ୍ୟୁଜିଲାଣ୍ଡ ସିରିଜରୁ ହୋଇପାରେ । ଏହି କାରଣରୁ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ନୂତନ ଖେଳାଳିଙ୍କୁ ଦଳରେ ସାମିଲ୍‌ କରାଯାଇଛି । ଏଥିରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିବ ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ସହ ଭବିଷ୍ୟତ ପାଇଁ ପ୍ରସ୍ତୁତି ହୋଇ ପାରିବ । ଏ ପର୍ଯ୍ୟନ୍ତ ଇଂଲଣ୍ଡ ହିଁ ବଡ ସ୍ତରରେ ରୋଟେସନ ପଲିସି ବ୍ୟବହାର କରିଛି । ଯେଉଁଠି ଟେଷ୍ଟରେ ଗୋଟିଏ କୋର ଗ୍ରୁପ ପ୍ରସ୍ତୁତ କରାଯାଇ ଦିନିକିଆ ଏବଂ ଟି-୨୦ ପାଇଁ ଅଲଗା ଦଳ କରାଯାଇଛି । ସିରିଜ୍‌ ପରେ ସିରିଜ୍‌ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ନୂତନ ଖେଳାଳିଙ୍କୁ ଦଳରେ ନିଆଯାଇଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି,ଖେଳାଳିଙ୍କକଥାକୁ ଧ୍ୟାନରେ ରଖାଯାଇଛି । ଲଗାତାର ବାୟୋ ବବଲରେ ରହିବା ସହଜ ନୁହେଁ । ଏଥିପାଇଁ ରୋଟେସନ ଦଳର ଆବଶ୍ୟକତା ରହିଛି । ନ୍ୟୁଜିଲାଣ୍ଡ ସିରଜରେ ଏହାର ଆରମ୍ଭ ହେବାକୁ ଯାଉଛି । ଘରୋଇ କ୍ରିକେଟରେ ଆମ ପାଖରେ ବହୁତ ପ୍ରତିଭାବାନ ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ଦଳରେ ସୁଯୋଗ ମିଳିବ । ସୂଚନାଯୋଗ୍ୟ, ଭାରତୀୟ ଦଳ ଗତ ଏକ ବର୍ଷରୁ କ୍ରମାଗତ କ୍ରିକେଟ୍‌ ଖେଳୁଛି । ୬ ମାସ ହେବ ଖେଳାଳି ବାୟୋ ବବଲରେ ଅଛନ୍ତି । ପୁଣି ଆଗାମୀ ଏକ ବର୍ଷ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି । ଏଥିପାଇଁ ବିସିସିଆଇ ଅନେକ ବଡ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି । ବିରାଟ କୋହଲି, ଯଶପ୍ରୀତ ବୁମରା, ଋଷଭ ପନ୍ତ, ମହମ୍ମଦ ଶାମିଙ୍କ ପରି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କୁ ମଧ୍ୟ ଟେଷ୍ଟ ସିରିଜରେ ବିଶ୍ରାମ ଦିଆଯାଇଛି । କୁହାଯାଉଛି, ରୋଟେସନ ପଲିସି ଆଧାରରେ ଶ୍ରେୟସ ଆୟରଙ୍କୁ ଟେଷ୍ଟ ଦଳରେ ସାମିଲ୍‌ କରାଯାଇଛି । ଯଦ୍ୱାରା ଭବିଷ୍ୟତ ଟେଷ୍ଟ ଦଳରେ ତାଙ୍କୁ ଫିଟ୍‌ ରଖାଯାଇ ପାରିବ ।

hiranchal ad1
Leave A Reply

Your email address will not be published.

9 − two =