ପୁଣି ସ୍ପଟ ଫିକ୍ସିଂ ଝଡ଼ : ଏଥର ଫସିଲେ ଏହି କ୍ରିକେଟର

0 75

ନୂଆଦିଲ୍ଲୀ : କ୍ରିକେଟ ଜଗତରେ ସ୍ପଟ ଫିକ୍ସିଂ କିଛି ନୂଆ କଥା ନୁହେଁ । ବାରମ୍ବାର ଏଭଳି କଳଙ୍କ ଲାଗିଛି କ୍ରିକେଟ ଦେହରେ । ଏବଂ ଏହି କେଳେଙ୍କାରୀ ପାଇଁ ବହୁ ନାମିଦାମୀ କ୍ରିକେଟର ଦଣ୍ଡିତ ହୋଇଛନ୍ତି । ତେବେ ବେଳେ ବେଳେ କିଛି ନିରୀହ କ୍ରିକେଟର ଏଥିପାଇଁ ଫସିଥିବାର ନଜିର ମଧ୍ୟ ରହିଛି । ଏବେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜିମ୍ବାୱେର ପୂର୍ବତନ କ୍ରିକେଟ୍‌ର ବ୍ରେଣ୍ଡନ ଟେଲର କରିଛନ୍ତି ଏକ ବଡ଼ ଖୁଲାସା । ଟେଲରଙ୍କ ଅନୁଯାୟୀ, ତାଙ୍କୁ ସ୍ପଟ୍‌ ଫିକ୍ସିଂ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଆଉ ଏହି ପ୍ରସ୍ତାବ କୌଣସି ଜଣେ ଭାରତୀୟ ବ୍ୟବସାୟୀ ଦେଇଥିଲେ । ଏହା ବ୍ୟତୀତ ବ୍ରେଣ୍ଡନଙ୍କୁ କୋକେନ ମଧ୍ୟ ଦିଆଯାଇଥିଲା । ଏହା ପରେ ଭିଡିଓ ପ୍ରସ୍ତୁତ କରି ତାଙ୍କୁ ବ୍ଲାକ୍‌ ମେଲ୍‌ କରାଯାଇଥିବା ଗମ୍ଭୀର ଖୁଲାସା କରିଛନ୍ତି ଟେଲର । ଏହି ଖୁଲାସା ପରେ ଆଇସିସି ଦ୍ୱାରା ବ୍ରେଣ୍ଡନ ଟେଲରଙ୍କ ଉପରେ କଟକଣା ଲଗାଇଛି । ଖୁବ୍‌ ଶୀଘ୍ର ଆଇସିସି ଏହି ମାମଲାରେ କିଛି ପଦକ୍ଷେପ ନେଇପାରେ । ଜିମ୍ବାୱେ ପାଇଁ ୨୦୦ରୁ ଅଧିକ ଦିନିକିଆ ଖେଳିଥିବା ଟେଲରଙ୍କ ଗଣତି ଜଣେ ଦମଦାର ଖେଳାଳି ଭାବେ ହୋଇଥାଏ । ଟେଲର ଏହି ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କୁ ସମର୍ଥନ ଦେଇଥିବା ନିଜ ପରିବାର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ଏବେ ରିହାବିଲିଟେସନରେ ଯାଉଛନ୍ତି, ଯଦ୍ୱାରା ଡ୍ରଗ୍ସ କବଳରୁ ବାହାରି ପାରିବେ ଏବଂ ନିଜକୁ ସୁଧାରି ପୁଣି ଥରେ ସ୍ୱାଭାବିକ ଜୀବନ ଜିଇଁ ପାରିବେ । ତାଙ୍କୁ ୨୦୧୯ ଅକ୍ଟୋବର ଶେଷ ଆଡକୁ ସ୍ପନସରଶିପ ଏବଂ ଜିମ୍ବାୱେରେ ଏକ ଟି-୨୦ ପ୍ରତିଯୋଗିତା ଆୟୋଜନ ବିଷୟରେ ଆଲୋଚନା ପାଇଁ ଭାରତ ଆମନ୍ତ୍ରିତ କରାଯାଇଥିଲା । ଏହି ଯାତ୍ରା ପାଇଁ ତାଙ୍କୁ ୧୫୦୦୦ ଆମେରିକୀୟ ଡଲାର ଦିଆଯିବ ବୋଲି କୁହାଯାଇଥିଲା ।

hiranchal ad1
Leave A Reply

Your email address will not be published.

five − two =