ସବୁ ଫର୍ମାଟରୁ ଅବସର ନେଲେ ଏହି ଅଲରାଉଣ୍ଡର

0 78

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଆଜି ସେ ଟ୍ୱିଟକରି ଏହି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ତାଙ୍କୁ ଏକ ନୂଆ ଅବତାରରେ ଦେକିବାକୁ ମିଳିବ । ତାହା ହେଉଛି କୋଚିଂ ଭୂମିକା । ଖୁବଶୀଘ୍ର ସେ ଘରାଇ ଦଳ ଟାଇଟାନର କୋଚଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ସୋସିଆଲ ମିଡିଆରେ ଅବସର ଘୋଷଣା କରି ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ମୁଁ ଦେଶ ପାଇଁ ଖେଳିଛି । ଏହା ବୋଡର଼୍, ପ୍ରଶଂସକଙ୍କ ସମର୍ଥନ ଓ ସାଥୀ ଖେଳାଳିଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇପାରିଛି । ଏଥିପାଇଁ ମୁଁ ସେମାନଙ୍କ ନିକଟରେ ଚିର ଋଣୀ । ତେବେ କ୍ରିକେଟ ସହିତ ଅନ୍ୟ ଭୂମିକାରେ ମୋର ସଂପର୍କ ଜାରି ରହିବ ବୋଳଇ ସେ କହିଛନ୍ତି । ଏହି ୩୪ ବର୍ଷିଅ ଡାହାଣହାତି ପେସର ତଥା ବ୍ରାଟର ମୋରିସ ୨୦୧୬ରେ ତାଙ୍ଖର ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ଏହି ପାରମ୍ପାରିକ ଫର୍ମାଟରେ ମାତ୍ର ୪ଟି ଗେମ ଖେଳିଥିଲେ । ସେଥିରୁ ସେ ମୋଟ ୧୭୩ ରନ କରିଥିବା ବେଳେ ୧୨ଟି ୱିକେଟ ନେଇଥିଲେ । ସେ ଦେଶ ପାଇଁ ୪ଟି ଟେଷ୍ଟ,୪୨ଟି ଓଡିଆଇ ଓ ୨୩ଟି ଟି-୨୦ ଖେଳିଛନ୍ତି । ସେଥିରୁ ସେ ଯଥାକ୍ରମେ ୪୮ ଓ ୩୪ଟି ୱିକେଟ ହାସଲ କରିଛନ୍ତି । ଓଡିଆଇରେ ସେ ୪୬୭ ରନ ଓ ସଂକ୍ଷିପ୍ତ ଫର୍ମାଟରେ ୧୩୩ ରନ ସଂଗ୍ରହ କରିଛନ୍ତି । ଏହାଛଡ଼ା,ଆଇପିଏଲରେ ମଧ୍ୟ ତାଙ୍କର ବିଶେଷ ଯୋଗଦାନ ରହିଛି । ସେ ରାଜସ୍ଥାନ ରୟାଲ୍ସ,ଦିଲ୍ଳୀ କ୍ୟାପିଟାଲ୍ସ,ରୟାଲ ଚାଳେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗସ ପାଇଁ ମଧ୍ୟ ଖେଳିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 19 =