ପୁଣି ଆହତ ହେଲେ ସିଏସକେ ଷ୍ଟାର ପେସର, ପୁରା ଆଇପିଏଲରେ ବାଦ ପଡିପାରନ୍ତି

0 64

ବାଙ୍ଗାଲରୋ : ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଇପିଏଲ ୨୦୨୨ରେ ଖରାପ ସମୟ ଦେଇ ଗତି କରୁଛି । ଲିଗର ପ୍ରଥମ ଚାରୋଟି ମ୍ୟାଚ୍‌ ହାରି ବ୍ୟାକଫୁଟ୍‌ରେ ଥିବା ବେଳେ ଷ୍ଟାର ପେସର ପୁଣି ଆହତ ହେବା ଦଳର ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରିଛି । ଦୀପକ ଚହର ଆହତରୁ ମୁକୁଳିବା ପାଇଁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ ଏକାଡେମୀ(ଏନସିଏ) ଅଛନ୍ତି । ସେଠାରେ ସେ ତାଙ୍କ ଆଘାତରୁ ମୁକ୍ତି ପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଇନସାଇଟ ସ୍ପୋର୍ଟ୍ସର ଏକ ରିପୋର୍ଟ ଅନୁଯାୟୀ ପୁଣିଥରେ ଦୀପକ ଚହର ଆହତ ହୋଇଛନ୍ତି । ତାଙ୍କର ପୁରୁଣା ପିଠି ଆଘାତ ପୁଣିଥରେ ତାଙ୍କୁ ଅସୁବିଧାରେ ପକାଉଛନ୍ତି । ଆହତ ପେସର୍‌ ଚଳିତ ସପ୍ତାହ ଶେଷରେ ସିଏସକେ ଦଳରେ ଯୋଗଦେବାର ଥିଲା । କିନ୍ତୁ ଆଘାତ ସମସ୍ୟା ପୁଣି ଥରେ ଆସିବା ପରେ ସେ ହୁଏତ ସମଗ୍ର ଆଇପିଏଲ୍‌ ୨୦୨୨ ରୁ ବାହାର ହୋଇପାରନ୍ତି । ଚଳିତ ବର୍ଷ ଫେବୃଆରୀରେ କୋଲକାତାରେ ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚରେ ଚହର ଆହତ ହୋଇଥିଲେ । ତାଙ୍କ ଜଙ୍ଘ ମାଂସପେଶୀ ଟାଣି ହୋଇଯାଇଥିଲା ।
ଆଇପିଏଲ୍‌ ୨୦୨୨ ନିଲାମରେ ୧୪ କୋଟି ଟଙ୍କାରେ ବିକ୍ରି ହୋଇଥିବା ଦୀପକ ଚହରଙ୍କ ପୁନଃ ଆଘାତ ବିଷୟରେ ଏସକେ ଟିମ୍‌ ମ୍ୟାନେଜମେଣ୍ଟ କହିଛି ଯେ ତାଙ୍କ ପିଠିରେ ଆଘାତ ବିଷୟରେ ଆମେ ଜାଣି ନାହୁଁ । ସେ ପୁଣିଥରେ ଲୟକୁ ଫେରିବେ ଏବଂ ଆମ ପାଇଁ ପୁନର୍ବାର ଖେଳିବା ପାଇଁ ସେ ବହୁତ କଠିନ ପରିଶ୍ରମ କରୁଛନ୍ତି । ସେ କେବେ ଉପଲବ୍ଧ ହେବେ ତାହା ବିଷୟରେ ସଠିକ୍‌ ଉତ୍ତର ସିଏସକେ ମ୍ୟାନେଜମେଣ୍ଟ ମଧ୍ୟ ଦେଇପାରୁନାହାନ୍ତି । ଦୀପକ ଚହର ଆରମ୍ଭରେ ନୂଆ ବଲ ସହ ୱିକେଟ୍‌ ନେବାରେ ସକ୍ଷମ ଅଟନ୍ତି । ସେ ଏପର୍ଯ୍ୟନ୍ତ ଆଇପିଏଲର ୬୩ ଟି ମ୍ୟାଚରେ ୫୯ ୱିକେଟ୍‌ ନେଇଛନ୍ତି ।
ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ତା’ର ପଞ୍ଚମ ମ୍ୟାଚ୍‌ ଖେଳିବ ।

hiranchal ad1
Leave A Reply

Your email address will not be published.

one + 5 =