ଫାଇନାଲ ପୂର୍ବରୁ ଝଟକା ଖାଇଲେ ଏହି ଷ୍ଟାର ଖେଳାଳି

0 59

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆନ ଓପନର ପୁରୁଷ ସିଙ୍ଗିଲ୍ସ ବିଭାଗରେ ଫାଇନାଲ୍‌ ମୁକାବିଲା ଖେଳିବା ପୂର୍ବରୁ ଦାନିଲ ମେଦଭେଦେଭଙ୍କୁ ଲାଗିଛି ଏକ ବଡ଼ ଝଟକା । ଏହି ଚରମ ପର୍ଯ୍ୟାୟ ଲଢେଇ ପୂର୍ବରୁ ଦଣ୍ଡିତ ହୋଇଛନ୍ତି ମେଦଭେଦେଭ । ଏକ ବିଶୃଙ୍ଖଳିତ ଆଚରଣ ସକାଶେ ତାଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ୮.୨ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି କର୍ତ୍ତୃପକ୍ଷ । ମେଦଭେଦେଭଙ୍କୁ ଏହି ଦଣ୍ଡ ଗ୍ରୀସର ଷ୍ଟେଫାନସ ସିତସିପାସଙ୍କ ବିପକ୍ଷ ସେମି ଫାଇନାଲ୍‌ ମୁକାବିଲାରେ ଚେୟାର ଅମ୍ପାୟରଙ୍କ ପ୍ରତି ଦୁର୍ବ୍ୟବହାର କାରଣରୁ ଦିଆଯାଇଛି । ୟୁଏସ ଓପନ ଚାମ୍ପିଅନ ମେଦଭେଦେଭ ସେମି ଫାଇନାଲ୍‌ରେ ଷ୍ଟେଫାନୋସ୍‌ଙ୍କୁ ୭-୬, ୪-୬, ୬-୪, ୬-୧ରେ ମାତ୍‌ ଦେଇଛନ୍ତି । ତେବେ ମ୍ୟାଚ୍‌ ସମୟରେ ସେ ଚେୟାର ଅମ୍ପାୟରଙ୍କ ସହ ଝଗଡା କରିଥିଲେ । କାରଣ ତାଙ୍କୁ ଲାଗୁଥିଲା ଯେ, ସିତସିପାସଙ୍କୁ ତାଙ୍କ ବାପା ଖେଳ ସମୟରେ ଟିପ୍ସ ଦେଉଛନ୍ତି, ଯାହା ଖେଳର ନିୟମ ବିରୁଦ୍ଧ । ତାଙ୍କର ଏହି ବ୍ୟବହାର କାରଣରୁ ତାଙ୍କୁ ଏବେ ଦଣ୍ଡ ଭୋଗିବାକୁ ପଡିଛି । ମ୍ୟାଚ୍‌ ପରେ ସେ ଚେୟାର ଅମ୍ପାୟରଙ୍କୁ କ୍ଷମା ମାଗିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମେତଭେଦେଭ ସ୍ୱୀକାର କରିଛନ୍ତି ଯେ, ସେ ଭୁଲ୍‌ କରିଛନ୍ତି । ତଥାପି ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମର ଆୟୋଜକ ତାଙ୍କ ଉପରେ ଜରିମାନା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଦୁର୍ବ୍ୟବହାର ପାଇଁ ୮୦୦୦ ଡଲାର ଏବଂ ଖେଳୁଆଡ ମନୋଭାବ ବିରୁଦ୍ଧ ବ୍ୟବହାର ପାଇଁ ୪୦୦୦ ଡଲାର ଜରିମାନା ଲଗାଯାଇଛି । ସେମି ଫାଇନାଲ୍‌ ମ୍ୟାଚ୍‌ ସମୟରେ ଦ୍ୱିତୀୟ ସେଟ୍‌ରେ ସର୍ଭିସ୍‌ ହରାଇବା ପରେ ସେ ଚେୟାର ଅମ୍ପାୟରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen + two =