୪୪ ରନରେ କୋଲକାତାକୁ ହରାଇଲା ଦିଲ୍ଲୀ

0 55

ମୁମ୍ୱାଇ,୧୦/୪: ଆଜି ଅନୁଷ୍ଠିତ ଆଇପିଏଲର ୧୯ତମ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ କରି କୋଲକତା ନାଇଟ ରାଇଡର୍ସକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପୃଥ୍ୱୀ ଶ ଏବଂ ଡେଭିଡ୍‌ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ଏବଂ କୁଲଦୀପ ଯାଦବଙ୍କ ୪ ୱିକେଟ୍‌ ସଫଳତା ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନରେ ବିଜୟୀ ହୋଇଛି । ଏଥିସହ ଦିଲ୍ଲୀ ଚଳିତ ସିଜିନରେ ଦ୍ୱିତୀୟ ବିଜୟ ହାସଲ କରିଥିବା ବେଳେ କୋଲକାତା ନାଇଟ୍‌ ରାଇଡର୍ସ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ଭୋଗିଛି । ପଏଣ୍ଟ ଟେବୁଲରେ ଦିଲ୍ଲୀ ଏବେ ଷଷ୍ଠ ସ୍ଥାନରେ ରହିଛି । ଦିଲ୍ଲୀ ଦୁଇ ଓପନର ପୃଥ୍ୱୀ ଶ ଏବଂ ଡେଭିଡ୍‌ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ୍‌ ହରାଇ ୨୧୫ ରନ କରିଥିଲା । ଜବାବରେ କୋଲକାତା ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ୧୯.୪ ଓଭରରେ ଅଲଆଉଟ୍‌ ହୋଇଛି । ନୀତିଶ ରାଣା ୩୦ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ୩୫ ରନ ଦେଇ ୪ ଏବଂ ଖଲିଲ ଅହମ୍ମଦ ୨୫ ରନ ଦେଇ ୩ଟି ୱିକେଟ୍‌ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨୪, ଭେଙ୍କଟେଶ ଆୟର, ସାମ ବିଲିଙ୍ଗ୍ସ ୧୫ ରନ କରିଥିଲେ ।

hiranchal ad1
Leave A Reply

Your email address will not be published.

18 − 14 =