ଦିନିକିଆ କ୍ରିକେଟକୁ ପୂରିଲା ୫୧ ବର୍ଷ, ବର୍ଷା ଯୋଗୁଁ ଆଜିର ଦିନରେ ହୋଇଥିଲା ଆରମ୍ଭ

0 87

ନୂଆଦିଲ୍ଲୀ : କ୍ରିକେଟ୍‌ର ଏକ ଦୀର୍ଘ ଇତିହାସ ରହିଛି । ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍‌ର ତିନୋଟି ଫର୍ମାଟ୍‌ ରହିଛି ଯାହା- ଟେଷ୍ଟ, ଦିନିକିଆ କିମ୍ବା ୱାନଡେ ଏବଂ ଟି-୨୦ । ଏଭଳି ପରିସ୍ଥିତିରେ ଆଜି କ୍ରିକେଟ୍‌ ର ଦିନିକିଆ ଫର୍ମାଟର ୫୧ ବର୍ଷ ପୂରଣ ହୋଇଛି । ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ୫ ଜାନୁଆରୀ ୧୯୭୧ ରେ ଖେଳାଯାଇଥିଲା । କିନ୍ତୁ ଆପଣ ଜାଣନ୍ତି କି କ୍ରିକେଟ୍‌ ଇତିହାସର ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ କେଉଁକେଉଁ ଦେଶ ମଧ୍ୟରେ ଏବଂ କେଉଁଠାରେ ଏବଂ କିପରି ଖେଳାଯାଇଥିଲା?
ସୂଚନା ଅନୁଯାୟୀ ୫ ଜାନୁଆରୀ ୧୯୭୧ ରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ୍‌ ଅଷ୍ର୍ଟ୍ରେଲିଆର ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ବର୍ତ୍ତମାନ ଦିନିକିଆ ମ୍ୟାଚ୍‌ ୫୦-୫୦ ଓଭର ବିଶିଷ୍ଟ ଖେଳାଯାଉଛି, କିନ୍ତୁ ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ୪୦-୪୦ ଓଭର ବିଶିଷ୍ଟ ହୋଇଥିଲା ।
କିଏ ମ୍ୟାଚ୍‌ ଜିତିଲା?
ପ୍ରଥମ ଆନ୍ତର୍ଜାତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସେତେବେଳେ ବିଲ୍‌ ଲୋରି ଅଷ୍ର୍ଟ୍ରେଲିଆର ଅଧିନାୟକ ଥିଲେ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୪୦ ଓଭରରେ ୧୯୦ ରନ୍‌ କରିପାରିଥିଲା । ଏଥିସହିତ ଅଷ୍ଟ୍ରେଲିଆ ୪୨ ଟି ବଲ ବାକି ଥାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଦିନିକିଆ ଇତିହାସରେ ଇଂଲଣ୍ଡର ଜନ୍‌ ଏଡ୍ରିଚ୍‌ ପ୍ରଥମ ମ୍ୟାନ୍‌ ଅଫ ମ୍ୟାଚ୍‌ ଟାଇଟଲ୍‌ ଜିତିଥିଲୋ ଇଂଲଣ୍ଡ ପାଇଁ ଜନ୍‌ ଏଡ୍ରିଚ୍‌ ସର୍ବାଧିକ ୮୨ ରନ୍‌ ସଂଗ୍ରହ କରିଥିଲେ ।
ଦିନିକିଆ ମ୍ୟାଚ୍‌ କିପରି ଆରମ୍ଭ ହେଲା?
ଇଂଲଣ୍ଡ ଦଳ ନଭେମ୍ବର ୧୯୭୦ ରେ ଆଶେସ୍‌ ସିରିଜ୍‌ ପାଇଁ ଅଷ୍‌ଟ୍ରେଲିଆ ଯାଇଥିଲେ । ଏହି ସିରିଜରେ ୭ ଟି ମ୍ୟାଚ୍‌ ହେବାକୁ ଥିଲା । ବ୍ରିସବେନ୍‌ ଏବଂ ପର୍ଥରେ ଖେଳାଯାଇଥିବା ସିରିଜର ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଡ୍ରରେ ସମାପ୍ତ ହୋଇଥଇଲା । ୩୧ ଡିସେମ୍ବର ୧୯୭୦ ରୁ ୫ ଜାନୁୟାରୀ ୧୯୭୧ ମଧ୍ୟରେ ମେଲବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ତୃତୀୟ ମ୍ୟାଚ୍‌ ଖେଳାଯିବାକୁ ଥିଲା, କିନ୍ତୁ ବର୍ଷା ହେତୁ ମ୍ୟାଚ୍‌ ଆରମ୍ଭ ହୋଇନଥିଲା ।
ବର୍ତ୍ତମାନ ଟେଷ୍ଟ ମ୍ୟାଚ ୫ ଦିନର, କିନ୍ତୁ ସେହି ସମୟ ମଧ୍ୟରେ ୬ ଦିନିଆ ଟେଷ୍ଟ ମ୍ୟାଚ୍‌ ଥିଲା । ଯେଉଁଥିରେ ଗୋଟିଏ ଦିନ ଥିଲା ‘ବିଶ୍ରାମ ଦିବସ’ । ଏହି ଟେଷ୍ଟର ଶେଷ ଦିନରେ ବର୍ଷା ବନ୍ଦ ହୋଇଯାଇଥିଲା, ଉଭୟ ଦଳ ସୀମିତ ଓଭର କ୍ରିକେଟ୍‌ ପାଇଁ ପ୍ରସ୍ତୁତ ଥିଲେ । ଏହିପରି କ୍ରିକେଟ୍‌ର ଏକ ନୂତନ ଫର୍ମାଟ୍‌ ଉତ୍ପନ୍ନ ହେଲା, ଯାହା ଏକ ଦିନିକିଆ କିମ୍ବା ଗୋଟିଏ ଦିନିଆ ମ୍ୟାଚ୍‌ ଭାବରେ ଜଣାଶୁଣା ।
ଖବର ଅନୁଯାୟୀ, ମେଲବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡକୁ ୪୬୦୦୦ ଦର୍ଶକ ଏହି ମ୍ୟାଚ୍‌ ଦେଖିବା ପାଇଁ ଆସିଥିଲେ । ଦିନିକିଆ କ୍ରିକେଟ୍‌ ଇତିହାସରେ ଏ ପର୍ଯ୍ୟନ୍ତ ୪୩୩୮ ଟି ମ୍ୟାଚ୍‌ ଖେଳାଯାଇସାରିଲାଣି ।

hiranchal ad1
Leave A Reply

Your email address will not be published.

seventeen − 16 =