୪୧ ବର୍ଷରେ ପଦାର୍ପଣ କଲେ ଧୋନି, ଛୁଟୁଛି ଶୁଭେଚ୍ଛାର ସୁଅ

0 72

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜି ଅର୍ଥାତ୍‌ ଜୁଲାଇ ୭ ତାରିଖ ଦିନ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ପ୍ରଶଂସକ ଏବଂ କ୍ରିକେଟରମାନେ ମଧ୍ୟ ମହାନ ଅଧିନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଧୋନିଙ୍କ ଜନ୍ମଦିନ ଅବସରରେ କିଛି ଖେଳାଳି ତାଙ୍କ ସହ ଜଡିତ ପୁରୁଣା ସ୍ମୃତିକୁ ପୁନର୍ଜୀବିତ କରି ଭାବପ୍ରବଣ ହୋଇଥିଲେ ।
ଭାରତର ପୂର୍ବତନ ଅଲରାଉଣ୍ଡର ସୁରେଶ ରାଇନା ଏକ ଭିଡିଓ ମାଧ୍ୟମରେ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ମୋର ବଡ଼ ଭାଇଙ୍କୁ ଜନ୍ମଦିନର ଶୁଭେଚ୍ଛା । ମୋ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ମୋର ସବୁଠାରୁ ବଡ ସମର୍ଥକ ଏବଂ ପରାମର୍ଶଦାତା ହୋଇଥିବାରୁ ଧନ୍ୟବାଦ । ଭଗବାନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସର୍ବଦା ଉତ୍ତମ ସ୍ୱାସ୍ଥ୍ୟରେ ରଖନ୍ତୁ । ମାହି ଭାଇ ତୁମକୁ ବହୁତ ଭଲ ପାଇବା, ଆଗକୁ ବହୁତ ଖୁସିର କାମନା କରୁଛି! ସୁରେଶ ରାଇନା ଏବଂ ଧୋନିଙ୍କ ମଧ୍ୟରେ ଅତି ଘନିଷ୍ଠ ବନ୍ଧୁତା ରହିଛି । ଧୋନିଙ୍କ ଅବସର ଘୋଷଣା କରିବାର ଅଳ୍ପ ସମୟ ପରେ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

hiring


ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଟ୍ୱିଟ କରି ଲେଖିଛନ୍ତି ଯେ ଦାଦା ଆମ ଯୁବକମାନଙ୍କୁ କିପରି ଜିତିବାକୁ ହେବ ଶିଖାଇଥିଲେ ଏବଂ ଧୋନି ଏହାକୁ ତାଙ୍କର ଅଭ୍ୟାସ କରିଥିଲେ । ବିଭିନ୍ନ ଯୁଗର ଦୁଇ ମହାନ ନେତା ଗୋଟିଏ ଦିନର ବ୍ୟବଧାନରେ ଜନ୍ମ ହୋଇଥିଲେ । ଭାରତୀୟ କ୍ରିକେଟ୍‌ ଗଠନ କରିଥିବା ପୁରୁଷମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ।
ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଗୁଜୁରାଟ ଟାଇଟାନ୍ସ ଟ୍ୱିଟ୍‌ କରି ଲେଖିଛନ୍ତି ଯେ ରାଞ୍ଚିର ମାହି ଆମ ସମସ୍ତଙ୍କର ଧୋନି ପାଲଟିଛନ୍ତି । ଜଣେ ବ୍ୟକ୍ତି ଯିଏ କି ପଡ଼ିଆରେ ସର୍ବଶ୍ରେଷ୍ଠ ହେବା ପାଇଁ ଏତେ ପରିଶ୍ରମ କରିଥିଲେ … ଜନ୍ମଦିନର ଶୁଭେଚ୍ଛା, ଲିଜେଣ୍ଡ ।
ଭାରତର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହୱାଗ ତାଙ୍କ ସୋସିଆଲ ମିଡିଆ ଟ୍ୱିଟ ଧୋନିଙ୍କ ଜନ୍ମଦିନରେ ଯାହା ଲେଖିଛନ୍ତି ତାହା ଭାଇରାଲ ହେଉଛି । ସେହୱାଗ ଟ୍ୱିଟ୍‌ କରି ଲେଖିଛନ୍ତି, ଯେପର୍ଯ୍ୟନ୍ତ ଗୋଟିଏ ଫୁଲଷ୍ଟପ୍‌ ଆସିନାହିଁ, ଗୋଟିଏ ବାକ୍ୟ ସମ୍ପୂର୍ଣ୍ଣ ହେବ ନାହିଁ । ଧୋନି କ୍ରିଜରେ ଥିବାବେଳେ ମ୍ୟାଚ୍‌ ଶେଷ ହୋଇନାହିଁ । ଧୋନିଙ୍କ ପରି ଖେଳାଳି ପାଇବ ସବୁ ଦଳ ପକ୍ଷରେ ସମ୍ଭବ ନୁହେଁ । ଜଣେ ଅଦ୍ଭୁତ ବ୍ୟକ୍ତି ଏବଂ ଖେଳାଳି ଏମଏସ ଧୋନିଙ୍କ ଜନ୍ମଦିନର ଶୁଭେଚ୍ଛା । ଓମ୍‌ ହେଲିକପ୍ଟର ନମ- ହାପି ବର୍ଥଡେ ଧୋନି ।

hiranchal ad1
Leave A Reply

Your email address will not be published.

five × four =