କୋହଲିଙ୍କ କ୍ରମାଗତ ଖରାପ ପ୍ରଦର୍ଶନକୁ ନେଇ ଚିନ୍ତାରେ ଆରସିବି

0 63

ମୁମ୍ବାଇ: ଆଇପିଏଲରେ ବିରାଟ କୋହଲିଙ୍କ କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଚଳିତ ସଂସ୍କରଣରେ ମଧ୍ୟ ତାଙ୍କର ପ୍ରଦର୍ଶନ ଏପର୍ଯ୍ୟନ୍ତ ଖରାପ ରହିଛି । ଖାତା ଖୋଲିନପାରି ଆଉଟ ହେବା ଦଳକୁ ସବୁଠୁ ବେଶୀ ଚିନ୍ତାରେ ପକାଇଛି । ପ୍ରଶଂସକ ମଧ୍ୟ ବିରକ୍ତ ଓ ପ୍ରତିକ୍ରିୟାଶୀଳ । ଦୀର୍ଘ ସମୟ ଧରି ଖରାପ ଫର୍ମ ଜାରି ରହିଛି । ଆଶା କରାଯାଉଥିଲା ଆଇପିଏଲ ଜରିଆରେ ସେ ଫର୍ମକୁ ଫେରିବେ । କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଏପ୍ରିଲ ୧୯ରେ ଲକ୍ଷ୍‌ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚ୍‌ରେ କୋହଲି ଖାତା ମଧ୍ୟ ଖୋଲି ପାରି ନାହାନ୍ତି । କୋହଲିଙ୍କ ଚଳିତ ସିଜିନରେ ଏହା ପ୍ରଥମ ଗୋଲଡେନ୍‌ ଡକ୍‌ । ଅନୁଜ ରାୱତ ଆଉଟ୍‌ ହେବା ପରେ ବିରାଟ କୋହଲି କ୍ରିଜକୁ ଆସିଥିଲେ । ତେବେ ଦୁଷ୍ମନ୍ତା ଚମିରାଙ୍କ ପ୍ରଥମ ଓଭରର ଶେଷ ବଲରେ ବିରାଟ କୋହଲି ପଏଣ୍ଟରେ ଦୀପକ ହୁଡ୍ଡାଙ୍କୁ କ୍ୟାଚ୍‌ ଦେଇଥିଲେ । ଏହା ପରେ କୋହଲି ସ୍ମିତହାସ୍ୟ ଦେଇ ପାଭିଲିୟନ ଫେରିଥିଲେ । ଆଇପିଏଲ ଇତିହାସରେ କୋହଲି ଚତୁର୍ଥ ଥର ଶୂନ୍ୟରେ ଆଉଟ୍‌ ହୋଇଛନ୍ତି । ତେବେ ଗତ ପାଞ୍ଚ ବର୍ଷରେ କୋହଲି ପ୍ରଥମ ଥର ଗୋଲ୍‌ଡେନ ଡକର ଶିକାର ହୋଇଛନ୍ତି । ବିରାଟ କୋହଲି ଶେଷ ଥର ୨୦୧୭ରେ ଗୋଲଡେନ୍‌ ଡକ୍‌ର ଶିକାର ହୋଇଥିଲେ ।

hiranchal ad1
Leave A Reply

Your email address will not be published.

2 × two =