ଆଜମଙ୍କୁ ଦିନିକିଆ ଓ ରୁଟ୍‌ଙ୍କୁ ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର

0 75

ଦୁବାଇ: ଦମଦାର ପ୍ରଦର୍ଶନ ବଳରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ଇଂଲଣ୍ଡର ଟେଷ୍ଟ କ୍ୟାପଟେନ ବର୍ଷ ଆରମ୍ଭରୁ ପାଇଛନ୍ତି ଏକ ମର୍ଯ୍ୟାଦାଜନକ ପୁରସ୍କାର । ୨୦୨୧ ବର୍ଷ ପାଇଁ ଆଜମ ଆଇସିସି ଦିନିକିଆ ଓ ଜେ ରୁଟ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ଅର୍ଜନ କରିଛନ୍ତି । ବାଂଲାଦେଶର ସାକିବ ଅଲ ହାସ, ଦକ୍ଷିଣ ଆଫ୍ରିକାର ଜାନେମନ ମଲାନ ଓ ଆୟର୍ଲ୍ୟାଣ୍ଡର ଓପନର ପଲ ଷ୍ଟ୍ରିଲିଂ ଭଳି ଖେଳାଳିଙ୍କୁ ଆଜମ ଏହି ଦୌଡ଼ରେ ପଛରେ ପକାଇ ବାଜି ମାରିନେଇଛନ୍ତି । ସେହିପରି ନ୍ୟୁଜିଲାଣ୍ଡର କାଇଲ ଜେମିସନ,ଶ୍ରୀଲଙ୍କାର ଦିମୁତ କରୁଣାରତ୍ନେ ଓ ଭାରତର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଛରେ ରୁଟ୍‌ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ୨୦୨୧ ବର୍ଷରେ ବାବର ମାତ୍ର ୬ଟି ଦିନିକିଆରେ ୪୦୫ ରନ୍‌ ହାସଲ କରିଥିଲେ । ତାଙ୍କ ଦମ୍‌ରେ ଚଳିତ ବର୍ଷ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ଦିନିକିଆ ସିରିଜ୍‌ରେ ୨-୧ରେ ହରାଇଥିଲା । ଏହି ସିରିଜ୍‌ରେ ବାବର ୩ଟି ମ୍ୟାଚ୍‌ରେ ୨୨୮ ରନ୍‌ କରିଥିଲେ । ସେହିପରି ସେ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ସେ ଶତକୀୟ ଇନିଂସ ଖେଳିବାରୁ ପାକିସ୍ତାନ ୨୭୪ ରନର ଟାର୍ଗେଟ ଚେଜ୍‌ କରି ପାରିଥିଲା । ଅନ୍ୟ ଏକ ସିରିଜରେ ଇଂଲଣ୍ଡ ୩-୦ରେ ପାକିସ୍ତାନକୁ ହରାଇଥିଲେ ମଧ୍ୟ ବାବର ଏକମାତ୍ର ଯୋଦ୍ଧା ଭାବେ ଲଢେଇ କରିଥିଲେ । ସେ ୩ଟି ମ୍ୟାଚ୍‌ରେ ୧୭୭ ରନ୍‌ କରିଥିଲେ । ଏହି ସିରିଜ୍‌ରେ ପାକିସ୍ତାନର କୌଣସି ବ୍ୟାଟର୍‌ ୩ଟି ମ୍ୟାଚ୍‌ରେ ୧୦୦ ରନ୍‌ ବି ପାର କରି ପାରି ନଥିଲେ । ୨୦୨୧ ବର୍ଷରେ ବାବରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ପାକିସ୍ତାନ ଅଡୁଆରେ ପଡିଥିଲା । ହେଲେ ବାବର ଦମଦାର ବ୍ୟାଟିଂ କରି ଇମାମ ଉଲ ହକଙ୍କ ସହ ୯୨ ରନ୍‌ର ଭାଗିଦାରୀ କରିଥିଲେ । ପ୍ରଥମେ ସେ ୭୨ ବଲରେ ୫୦ ରନ୍‌ କରିଥିଲେ । ଏହାପରେ ଆଉ ୩୨ ବଲ୍‌ରେ ଶତକ ଅର୍ଜନ ହାସଲ କରି ନିଜ ଯାଦୁ ଦେଖାଇଥିଲେ । ଏହା ୨୦୨୧ରେ ତାଙ୍କର ଦ୍ୱିତୀୟ ଶତକ ଥିଲା । ଏହି ମ୍ୟାଚ୍‌ରେ ସେ ସେ ୧୫୮ ରନ୍‌ର ଇନିଂସ୍‌ ଖେଳିଥିଲେ । ଏହା ତାଙ୍କ ଦିନିକିଆ କ୍ୟାରିୟରର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର ।

hiranchal ad1
Leave A Reply

Your email address will not be published.

5 × 4 =