ଆଇସିସି ଦିନିକିଆ ମାନ୍ୟତା : ଶୀର୍ଷସ୍ଥାନ ହରାଇଲେ ବୁମ୍ରା, ଖସିଲେ ରୋହିତ ଓ ବିରାଟ

0 126

ଦୁବାଇ : ଗୋଟିଏ ସପ୍ତାହ ମଧ୍ୟରେ ଆଇସିସି ଦିନିକିଆ ମାନ୍ୟତାରେ ଅନେକ ପରିବର୍ତ୍ତନ ଆସିଛି । ଜସପ୍ରୀତ ବୁମ୍ରା କିଛି ଘଣ୍ଟା ପୂର୍ବରୁ ବିଶ୍ୱର ଏକ ନମ୍ବର ଦିନିକିଆ ବୋଲର ଥିଲେ, କିନ୍ତୁ ବର୍ତ୍ତମାନ ଟ୍ରେଣ୍ଟ ବୋଲ୍ଟ ପୁଣି ଏକ ନମ୍ବରରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ଏବଂ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଶେଷ ଦୁଇଟି ମ୍ୟାଚ୍‌ରେ ଭଲ ରନ ସ୍କୋର କରିନଥିବାରୁ ଗୋଟିଏ ଗୋଟିଏ ସ୍ଥାନ ହରାଇଛନ୍ତି ।
ବୋଲର ତାଲିକାରେ ଜସପ୍ରୀତ ବୁମ୍ରା ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିରାଟ କୋହଲି ତୃତୀୟରୁ ଚତୁର୍ଥ ଏବଂ ରୋହିତ ଶର୍ମା ଚତୁର୍ଥରୁ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି । ତେବେ ଭଲ କଥା ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ମାନ୍ୟତାରେ ଏକ ବଡ଼ ଲମ୍ଫ ଦେଇଛନ୍ତି ଏବଂ ଶ୍ରେଷ୍ଠ ୧୦ରେ ପ୍ରବେଶ କରିଛନ୍ତି । ୧୩ ଟି ସ୍ଥାନକୁ ଡେଇଁବା ପରେ ପାଣ୍ଡ୍ୟା ବର୍ତ୍ତମାନ ୨୪୨ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି ।
ଟ୍ରେଣ୍ଟ ବୋଲ୍ଟ ୭୦୪ ରେଟିଂ ପଏଣ୍ଟ ସହିତ ଏକ ନମ୍ବରରେ ଥିବାବେଳେ ବୁମ୍ରା ୭୦୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ତୃତୀୟ ସ୍ଥାନରେ ପାକିସ୍ତାନର ଶାହିନ୍‌ ଆଫ୍ରିଦି ଅଛନ୍ତି । ବ୍ୟାଟିଂରେ ବାବର ଆଜମ ପ୍ରଥମ ସ୍ଥାନରେ, ଇମାମ-ଉଲ-ହକ ଦ୍ୱିତୀୟ ଏବଂ ରସି ଭାନ ଡେର୍‌ ଡୁସେନ୍‌ ତୃତୀୟ ସ୍ଥାନରେ ରହିଛନ୍ତି । ଅଲରାଉଣ୍ଡରଙ୍କ ମଧ୍ୟରେ ଶାକିବ ଅଲ ହାସନ ପ୍ରଥମ, ମହମ୍ମଦ ନବୀ ଦ୍ୱିତୀୟ ଏବଂ ରସିଦ ଖାନ ତୃତୀୟ ସ୍ଥାନରେ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − twelve =